Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଉସା ସହ ବୁଲିବାକୁ ଯାଉଥିବା କୁନି ଝିଅ ଉପରେ ମାଡ଼ିଗଲା ହାଇଓ୍ବା

କଟକ: ମଉସାଙ୍କ ସହ ଯାଉଥିବା ଜଣେ କୁନି ଝିଅ ଉପରେ ଚଢ଼ିଗଲା ହାଇୱା । ଦୁର୍ଘଟଣା କଟକ ଯୋବ୍ରା ବ୍ୟାରେଜ ନିକଟରେ ଘଟିଛି ।

ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍‌ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି । ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍‌କୁ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ ପଡ଼ି ଯାଇଥିବା ବେଳେ କୁନି ଝିଅଟି ଉପରେ ମାଡ଼ି ଯାଇଛି ହାଇୱା । ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ଘଟିଥିବା ବେଳେ ତା’ ମଉସା ଗୁରୁତର ହୋଇଛନ୍ତି । ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମାଲଗୋଦାମ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ