ଝାରସୁଗୁଡ଼ା ୧/୧ (ଓଡ଼ିଶା ନ୍ୟୁଜ) ଆଜି ହେଉଛି ଇଂରାଜୀ ନବବର୍ଷ ୨୦୨୫ ମସିହା ର ପହିଲା ତାରିଖ । ଏଥିପାଇଁ ବିଭିନ୍ନ ସ୍ଥାନରେ ବନଭୋଜି ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଐତିହାସିକ ଶୈବପୀଠ କୋଇଲି ଘୋଘରରେ ମଧ୍ୟ ଓଡ଼ିଶା ତଥା ବାହାର ରାଜ୍ୟରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଏହି ସ୍ଥାନର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ନୂତନ ବର୍ଷ ପାଳନ ସହ ବଣଭୋଜିର ଆସର ମଧ୍ୟ ଜମିଥିଲା । ହେଲେ ଏହି ପବିତ୍ର ଶୈବପୀଠରେ ମଦ ମାଂସ ବ୍ୟବହାରକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ମହେଶ୍ବର ନାଥଙ୍କୁ ପୂଜାର୍ଚ୍ଚନା କରା ଯାଉଥିବା ସ୍ଥାନରୁ ମାତ୍ର ଅଳ୍ପ କିଛି ଦୂରରେ ଲୋକେ ମଦମାଂସ ଭକ୍ଷଣ କରୁଛନ୍ତି । ତେଣୁ ଏଭଳି ଏକ ସର୍ବ ପୁରାତନ ପବିତ୍ର ଧର୍ମ ସ୍ଥଳୀରେ ମଦ ମାଂସ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।