ବାଞ୍ଜିପାଲି ଦ୍ଵି ଦିବସିୟ ବିଶ୍ୱଶାନ୍ତି ଗୀତାଯଜ୍ଞ ଉଦଯାପିତ


ଝାରସୁଗୁଡ଼ା ୧/୧ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କତରବଗା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଦ୍ଵି ଦିବସିୟ ବିଶ୍ୱଶାନ୍ତି ଗୀତାଯଜ୍ଞ ଆଜି ଉଦଯାପିତ ହୋଇ ଯାଇଛି । ୩୧ ଡିସେମ୍ବର ମଙ୍ଗଳବାର ସକାଳ ୮ ସମୟରେ କଳସ ଯାତ୍ରା ଓ ଯଜ୍ଞ ଅଧିବାସ ପୂଜା ଆରମ୍ଭ,ଗୀତା ପୂଜନ ଓ ଶ୍ଳୋକ ପାଠ, ସତସଙ୍ଗ ଓ ସନ୍ଧ୍ୟାରେ ତୁଳସୀ ପୂଜନ ଓ ଆଳତୀ ଆଦି କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ଆଜି ସକାଳେ ଗୀତା ପୂଜନ, ମାତୃପିତୃ ପୂଜନ, ଗୀତାପାଠ, ସତସଙ୍ଗ, ଜଗତର କଲ୍ୟାଣ ନିମନ୍ତେ ହୋମ କୁଣ୍ଡରେ ଘୃତାହୁତି ଓ ପୂର୍ଣ୍ଣାହୁତି ସହ ଯଜ୍ଞ ଉଦଯାପିତ ହୋଇଥିଲା । ଉକ୍ତ ବିଶ୍ୱଶାନ୍ତି ଗୀତାଯଜ୍ଞ ରେ ସତ୍ୟାନନ୍ଦ ସାହୁ ଓ ପତ୍ନୀ ଭୂମିସୁତା ସାହୁ,ଜୟଦେବ ମାଝୀ ଓ ପତ୍ନୀ ଦୀପାଞ୍ଜଳି ମାଝୀ,ଅନୀଲ ଓରାମ ଓ ପତ୍ନୀ ଚନ୍ଦ୍ରିକା ଓରାମ, ଜ୍ୟୋତିଷ ଓରାମ ଓ ପତ୍ନୀ ସୀମା ଓରାମ,ପିଣ୍ଟୁ ଓରାମ ଓ ଗୁରୁ ଚରଣ ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଉମେଶ ଶତପଥୀ, ପଣ୍ଡିତ ସହଦେବ ପୂଜାରୀ, ପଣ୍ଡିତ ରମେଶ ଶତପଥୀ, ପଣ୍ଡିତ ତପନ ପଣ୍ଡା,ପଣ୍ଡିତ ସତ୍ୟ ଭାଇ,ପଣ୍ଡିତ ରାଜ କୁମାର ଦାସ,ପଣ୍ଡିତ ଓ ଶତ୍ରୁଘ୍ନ ମହାରାଜ ହୋମଯଜ୍ଞ, ପୂଜାର୍ଚ୍ଚନା ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ସନ୍ଥ ଆଶାରାମ ବାପୁ ସାଧକ ପରିବାର ଏବଂ ବାଞ୍ଜିପାଲି ଗ୍ରାମବାସୀଙ୍କ ଦ୍ଵାରା ଆୟୋଜନ କରା ଯାଇଥିଲା । ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା ।