ନୂଆବର୍ଷ ଶୁଭେଚ୍ଛା ତୋରଣ ପୋଡ଼ି ଦେଲେ ଦୁର୍ବୃତ୍ତ


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୁଦାପଗରିରେ ନୂଆବର୍ଷ ଲାଗି ଲାଗିଥିବା ଶୁଭେଚ୍ଛା ତୋରଣ ଜାଳି ଦେଲେ ଦୁର୍ବୃତ୍ତ । ଗତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ନୂଆଁରେ ଶୁଭେଚ୍ଛା ବ୍ୟାନର ପୋଡ଼ି ଯାଇଥିବା ବେଳେ କେବଳ ବାଉଁଶ ଛିଡ଼ା ହୋଇଛି ।

ଗତକାଲି ରାତିରେ ନୂଆବର୍ଷ ପାଇଁ କୁଦାନଗରି ଥାନା ତଳକୁଶୁମା ପଞ୍ଚାୟତରେ ଶୁଭେଚ୍ଛା ତୋରଣ ଲାଗିଥିଲା । ଏହାକୁ ପେଟ୍ରୋଲ ଢାଲି ଜାଳି ଦିଆଯାଇଛି । ଏହି ହୋର୍ଡିଂରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଫଟୋ ଲାଗିଥିଲା । ମାତ୍ର ରାତି ଅଧରେ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ତାହାକୁ ପୋଡ଼ି ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । କିଏ ଓ କାହିଁକି ଏଭଳି କାଣ୍ଡ କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ରାଜନୈତିକ ଆକ୍ରୋଶରୁ ଏପରି କାଣ୍ଡ ଘଟାଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।