Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ମହାବିଦ୍ୟାଳୟ ସ୍କାଉଟ ଓ ଗାଇଡସ ପକ୍ଷରୁ ଜଳସେବା ଆୟୋଜିତ।

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡସ ପକ୍ଷରୁ କଲେଜ ସମ୍ମୁଖରେ ଜଳସେବା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ଉପ ନିର୍ଦ୍ଦେଶକ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରାମପ୍ରସାଦ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଏସ ରାମାରାଓ,ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ସ୍କାଉଟ ଲିଡର ଜି ଗଜପତି ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଭର ଧୀରଜ ସେଠୀ, ଶାନ୍ତନୁ ପ୍ରଧାନ,ପି କୁଶଲ ବର୍ମା,ବି ପୂଜା, ଶୁଭଶ୍ରୀ ତ୍ରିପାଠୀ,ଡବ୍ୟୁ ଚନ୍ଦନା ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ