ପେଟ୍ରୋଲ ପମ୍ପରେ ମାତିରେ ଡକାୟତ, ଖଣ୍ଡ ଓ ବନ୍ଧୁକ ଦେଖାଇ କଲେ ଲୁଟ


ତାଳଚେର: ତାଳଚେରରେ ଅପରାଧୀଙ୍କ ପୋଲିସକୁ ଖୁଲମଖୁଲା ଚ୍ୟାଚେଞ୍ଜ । ଥାନାଠାରୁ କିଛି ଦୂରରେ ଲୁଟ । ପେଟ୍ରୋଲ ପମ୍ପରେ ଖଣ୍ଡ ବୁଲାଇବା ସହ ବନ୍ଧୁକ ଦେଖାଇ ଆତଙ୍କ ମଚାଇଲେ ଡକାୟତ ଗ୍ୟାଙ୍ଗ । ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଘଟଣା ଗତକାଲି ତାଳଚେର ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରେ ।

ଗତ ରାତିରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପେଟ୍ରୋଲ ପମ୍ପକୁ ଆସି ଆତଙ୍କ ଖେଳାଇଥିଲେ । ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ଏଭଳି ଆତଙ୍କରାଜ । ଯାହାକୁ ନେଇ ଭୟଭୀତ ହୋଇଯାଇଥିଲେ ପେଟ୍ରୋଲ ପମ୍ପର କର୍ମଚାରୀ । ଲୁଟ ବେଳର ଚିତ୍ର ସିସିଟିଭିରେ କଏଦ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।