କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ


କଟକ: କଟକରେ ଭୁଶୁଡିଲା ନିର୍ବାଣାଧୀନ ପୋଲ । ପୋଲର ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ କଟକ ମାତୃଭବନ ନିକଟରେ ଏକ ପୋଲ କାମ ଚାଲିଛି । ଆଜି ସକାଳେ ପୋଲଟି ହଠାତ ଭୁଶୁଡ଼ି ପଡିଥିଲା । ଦୁର୍ଘଟଣା ସ୍ଥଳରେ କିଛି ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ କଟକ ବିଡ଼ାନାସୀରେ ସିଏମସି ପକ୍ଷରୁ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆଡତ ହୋଇଥିଲେ ।