ଆଜିଠୁ ଆଦିବାସୀ ମେଳା


ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀଙ୍କ ଗାଁ, ହାଟ, କଳା ଓ ସଂସ୍କୃତିର ଷ୍ଟଲ, ଖାଦ୍ୟ କୋର୍ଟ । ଏହାସହ ଲାଇଭ ଡେମୋନଷ୍ଟ୍ରେସନ ଦେଖିବାକୁ ମିଳିବ । ଚଳିତବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲ ରହିବ । ଏଥିସହିତ ଆଦିବାସୀ କଳା ସଂସ୍କୃତି ପ୍ରସାର ପ୍ରଚାର ପାଇଁ ୪୦ଟି ଷ୍ଟଲ ରହିବ । ୧୫ ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯିବ ।
ଏହାସହ ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି । ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ମଧ୍ୟ ଗ୍ୟାଲେରୀ କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀ ମେଳା ଆଗୁଆ କରାଯାଇଛି ।