କଟକ: ରାଜ୍ୟରେ ଜୀବନ ହାରିଲେ ଆଉ ଜଣେ ଚାଷୀ । ଉଜୁଡ଼ା ଫସଲ ଦେଖି ହୃଦଘାତରେ ଚାଲିଗଲା ଜୀବନ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଞ୍ଚଳରେ । ଗତ ସପ୍ତାହେ ମଧ୍ୟରେ ନିଆଳି ଅଞ୍ଚଳରେ ଚାଷୀ ମୃତ୍ୟୁର ଏହା ଦ୍ବିତୀୟ ଘଟଣା । ପୂର୍ବରୁ କୈଳାସ ପ୍ରଧାନ ନାମକ ୭୫ ବର୍ଷୀୟ ଚାଷୀ ହୃଦଘାତରେ ଜୀବନ ହାରିଥିବା ବେଳେ ଏବେ ୪୮ ବର୍ଷ ବୟସ୍କ ଇନ୍ଦ୍ରଜିତ ଛାଟୋଇ ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି ।
ଇନ୍ଦ୍ରଜିତ ଗତକାଲି ନିଜ ଉଜୁଡ଼ା ଧ।ନଖେତ ବୁଲି ଦେଖିଥିଲେ । ବର୍ଷ ଯାକର ପରିଶ୍ରମ ବୃଥା ହେବା ପରେ ପରିବାର ପେଟ କିପରି ପୋଷିବେ ସେହି ଚିନ୍ତା ତାଙ୍କୁ ଘାରିଥିଲା । ସେଠାରୁ ଫେରି ରାତିରେ ଘରେ ଶୋଇଥିଲେ । ମାତ୍ର ସକାଳେ ପରିବାର ଲୋକେ ଡାକିବା ସତ୍ତ୍ୱେ ସେ ଆଉ ଉଠି ନଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ଇନ୍ଦ୍ରଜିତଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।