ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ସାତେକାଶିଆ


ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ କରାଯାଇଛି । ଏହାସହ ଆଜିଠାରୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ମଧ୍ୟ ବନ୍ଦ ରହିବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ସାତକୋଶିଆର ମହାନଦୀ ଓ ଅନ୍ୟ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟ ହେବ । ଏଥପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହୋଇଛନ୍ତି । ଏହି ସମୟରେ ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ପ୍ରତି ସେକ୍ଟରରେ ୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା DFO ସୂଚନା ଦେଇଛନ୍ତି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ଦେଶୀ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା ସୂଚନା ଦେଇଛନ୍ତି ।