Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଲପଦର ମଣ୍ଡି ରେ ବହୁ ଦିନ ହେଲା ପଡି ରହିଛି ହଜାର ହଜାର ବସ୍ତା ଧାନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ମଣ୍ଡିରୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ। ଚାଷୀ ଙ୍କ ଧାନ ୧୦ ରୁ ଅଧିକ ଦିନ ହେଲା ମଣ୍ଡିରେ ଶୀତ କାକର ରେ ପଡ଼ି ରହିଛି । ବର୍ତମାନ ପର୍ଯ୍ୟନ୍ତ ଉକ୍ତ ମଣ୍ଡି ରୁ ୧୨୦ ଜଣ ଚାଷୀ ଙ୍କ ୪୩୮୩ କ୍ଵିଣ୍ଟାଲ ଧାନ ବିକ୍ରି ହୋଇ ସରିଛି । ଉକ୍ତ ମଣ୍ଡି ରେ ପ୍ରାୟ ୭ ଶହ ଚାଷୀ ଙ୍କ ଧାନ ବିକ୍ରି ହେଉଥିବା ବେଳେ କେବଳ ୩ ଟି ମିଲର୍ସ ଏଠାରୁ ଧାନ ନେବା ପାଇଁ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଧାନ ଉଠିବାରେ ସମସ୍ୟା ହେଉଛି । ଏହି ମଣ୍ଡି ରୁ ଉଲୁଣ୍ଡା ର ହରିଓମ୍ ମିଲର୍ସ , ମହାନଦୀ ମିଲର୍ସ ଓ ବ୍ରାହ୍ମଣୀ ମିଲର୍ସ ଧାନ କିଣିବା ପାଇଁ ଅନୁବନ୍ଧିତ ହୋଇଛି। ମାତ୍ର ମିଲର୍ସ ମାନେ ଆବଶ୍ୟକୀୟ ଗାଡ଼ି ପଠାଉ ନ ଥିବା ରୁ ଧାନ ଉଠିପାରୁ ନାହିଁ। ଏବେ ବି ପ୍ରାୟ ୧୦ ହଜାର ପ୍ୟାକେଟ ଧାନ ମଣ୍ଡି ରେ ପଡ଼ିଛି। ମଣ୍ଡିରେ ପଡ଼ି ଥିବା ଧାନ ର ଆନୁମାନିକ ପରିମାଣ ପ୍ରାୟ ୫ ହଜାର କ୍ଵିଣ୍ଟାଲ ହେବ। ମଣ୍ଡିରେ ବିଶାଲପାଲି ଗ୍ରାମର ପ୍ରହଲ୍ଲାଦ ସାହୁ ଙ୍କ ଧାନ ବହୁ ଦିନ ହେଲା ପ୍ରାୟ ୧୭୦ ପ୍ୟାକେଟ ପଡ଼ି ରହିଛି । ସେହିପରି କେଶଲଗା ଗ୍ରାମର ଶ୍ରୀନିବାସ ପଧାନ ଙ୍କ ମଧ୍ୟ ୯ ଦିନ ହେଲା ୧୦୦ ପ୍ୟାକେଟ ଧାନ ପଡ଼ି ରହିଛି। ଏହା ସହିତ ଅମରପାଲି ଗ୍ରାମର ପ୍ରଫୁଲ୍ଲ ପ୍ରଧାନ, ଶକୁନ୍ତଳା ବେହେରା , ବଡ଼ମାଳ ଗ୍ରାମର ବୃନ୍ଦାବନ ଘିବିଲା , ଭାଲୁଡୁଙ୍ଗୁରୀ ଗ୍ରାମର ଚୈତନ୍ୟ ସାହୁ , ବିଶାଳପାଲି ଗ୍ରାମର ତ୍ରିଲୋଚନ ସହୁ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି। ଧାନ ଉଠୁ ନ ଥିବାରୁ ଚାଷୀ ଏବେ ଆଶା ଆଶଙ୍କା ରେ ଅଛନ୍ତି। ଆଉ କେତେକ ଚାଷୀ ଙ୍କ ଟୋକନ ର ବିକ୍ରି ଅବଧି ସରିବା ଉପରେ। ଏଣୁ ଧାନ ଉଠାଇବା ପାଇଁ ଚାଷୀ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି ଧାନ ଉଠାଇବା ପାଇଁ। ଏନେଇ ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ କୁମାର ଦନ୍ତା ଙ୍କୁ ପଚାରିବାକୁ ମଣ୍ଡି କୁ ଆବଶ୍ୟକୀୟ ଗାଡ଼ି ଆସୁ ନ ଥିବାରୁ ମଣ୍ଡି ରୁ ଧାନ ଉଠିପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏନେଇ ଏଆରସିଏସ ଗିରିଶ ପୁରୋହିତ ଙ୍କୁ ପଚାରିବାରୁ ମୁଁ ଆଜି ବହଳପଦର ମଣ୍ଡି ସମେତ ଆଉ କେତେକ ମଣ୍ଡି କୁ ଯାଇ ସ୍ଥିତି ନିରୀକ୍ଷଣ କରିଛି। ବହଳପଦର ମଣ୍ଡି ରେ ଧାନ ପଡ଼ି ରହିଛି। ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ବୋଲି ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ଏହି ମଣ୍ଡି ର ସମସ୍ୟା କୁ ଗୁରୁତ୍ଵ ଦେଇ ଯଥା ଶୀଘ୍ର ଏହାର ସମାଧାନ କରିବାକୁ ଦାବୀ ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ