ଚତେଇଗୁଡି ଶ୍ରୀ ଅରବିନ୍ଦ ଯୋଗାଶ୍ରମ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଚଡେଇଗୁଡି ଶ୍ରୀ ଅରବିନ୍ଦ ଯୋଗାଶ୍ରମ ସ୍ବର୍ଣ୍ଣସେତୁ ର ସୁବର୍ଣ୍ଣଜୟନ୍ତୀ ମହୋତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସୋମବାର ସକାଳ ୬ ଟାରେ ସମବେତ ଧ୍ୟାନ, ପୂର୍ବାହ୍ନ ୯.୩୦ରେ ମାତୃ ପତାକା ଉତ୍ତୋଳନ , ୧୦ଟାରେ ପବିତ୍ର ଦେହାଂସପୀଠରେ ସମବେତ ଧ୍ୟାନ , ୧୦.୩୦ ରୁ ୧.୩୦ ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ , ଧୂପ ପୁଷ୍ପ ଅର୍ପଣ , ଦୁର୍ଗାସ୍ତୋତ୍ର , ମା ପୁସ୍ତକ ଧ୍ୟାନ ଓ ପ୍ରାର୍ଥନା , ସାବିତ୍ରୀ ପଠନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଵର୍ଣ୍ଣସେତୁ ଟ୍ରଷ୍ଟର ମେନେଜିଂଟ୍ରଷ୍ଟି ମଦନ ମୋହନ ଦାନୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଆଶ୍ରମ ପ୍ରତିଷ୍ଠା ସଭ୍ୟ ଡ଼ କୃଷ୍ଣଚନ୍ଦ୍ର ଆଏଚ୍ ଯୋଗ ଦେଇ “ସ୍ଵର୍ଣ୍ଣସେତୁ ର ଅତୀତ ଓ ଭବିଷ୍ୟତ” ଉପରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ଖୋର୍ଦ୍ଧା ମାତୃବିହାର ସାଧକ ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇ “ସ୍ଵର୍ଣ୍ଣମୟୀ ସେତୁ ସେ ଯେ ବହ୍ନୀ ଅନୁପମ ” ଉପରେ ଆଲୋଚନା କରିଥିଲେ। ଏ ଅବସରରେ ଆଜି ଅପରାହ୍ନ ୩ଟାରୁ ୪.୩୦ପର୍ଯ୍ୟନ୍ତ ଯୋଗାଶ୍ରମ ଭବିଷ୍ୟତ ଉନ୍ନତି ପାଇଁ ସ୍ଵର୍ଣ୍ଣସେତୁ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ , ସନ୍ଧ୍ୟା ୬ଟାରେ ପବିତ୍ର ଦେହାଂଶ ପୀଠରେ ସମବେତ ଧ୍ୟାନ , ସନ୍ଧ୍ୟା ୭.୩୦ଟାରେ ସନ୍ଧ୍ୟା ଅଧିବେଶନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା । ତା ପରେ ଆଲୋଚକ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକ ଡଃ ଅରୁଣ କୁମାର ତ୍ରିପାଠୀ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଧର୍ମ ଓ ଆଧ୍ୟାତ୍ମିକତା ଉପରେ ଓ ବରଗଡ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ରାଧାକାନ୍ତ ମିଶ୍ର ମାନବ ଏକତାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଶ୍ରୀ ଅରବିନ୍ଦ ବୋଲି ଆଲୋଚନା କରିଥିଲେ । ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଆସ୍ପହା ଅଗ୍ନି ପ୍ରଜ୍ଜ୍ୱଳନ ଓ ଶେଷରେ ମାତୃପତାକା ଅବତରଣ କରାଯାଇଥିଲା। ସୁଧାଂଶୁ ଲୁହା , ପଦ୍ମଲୋଚନ ପଧାନ , ବିଜୟ ନାଏକ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।