Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଓରମାସ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁରର ମିଳିତ ଆୟୋଜନ ଓ ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭ ଉଦ୍ଘାଟନ କରି ପ୍ରାଚୀନ କାଳର ଉଦାହରଣ ଦେଇ କଳା ମାଧ୍ୟମରେ ଅନ୍ୟ ଦେଶ ସହ ସମ୍ପର୍କ ଯୋଡି ହୁଏ ବୋଲି ମତ ରଖି ଆମ ସରକାର
ଯାହା ପ୍ରତିଶ୍ରୁତି ରଖିଛି ତାହା ନିଶ୍ଚିତ ପୂରଣ କରିବ ବୋଲି କହି ଏ ସରକାର ଲୋକଙ୍କ ସରକାର ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର କଳା ସଂସ୍କୃତି ପର୍ଯ୍ୟଟନ ର ପ୍ରାଣ କେନ୍ଦ୍ର ବୋଲି ମତ ପ୍ରକାଶ କରି ଏହାର ବିକାଶ ଓ ସୁରକ୍ଷା ପ୍ରତି ସଂକଳ୍ପ ବଦ୍ଧ ବୋଲି କହିବା ସହ ସୁବର୍ଣ୍ଣ ଲୋକ-ମହୋତ୍ସବ ଖୁବ୍ ନିଆରା ବୋଲି କହି ସଂସ୍କୃତି କଳା ପରମ୍ପରାକୁ ନେଇ ଜିଲ୍ଲା ଗଠିତ ବୋଲି କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତି ହେଲେ ଏଇ ରାଜ୍ୟରେ ସୁବର୍ଣ୍ଣ ଯୁଗ ଆରମ୍ଭ ହେବ ବୋଲି କହିଥିଲେ। କବି ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ସିଡିଇଓ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ପରେ ସମସ୍ତ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିଥିଲେ। ସକାଳୁ ପ୍ରଥମେ ୧୧ ଟା ରେ ସୋନପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଆବାହନ କରି ମହୋତ୍ସବ ପଡ଼ିଆରେ ମଞ୍ଚ ପୂଜା କରାଯିବା ପରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାର ଙ୍କ ଗୀତ ନାଚ ସହ ଏକ ବିଶାଳ ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା କୁ ରାଜ୍ୟ ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନ୍ୟା ଦାସ, ଏଡିଏମ୍ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳୀନା ପଧାନ , ସିଡ଼ିଇଓ ଅଶ୍ଵିନୀ ମେହେର ଯୋଗ ଦେଇ ଶୋଭାଯାତ୍ରାରେ ରେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ