Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ପୁରସ୍କାର ନିଅ’

ସମ୍ବଲପୁର: ଅଭିଯୁକ୍ତର ଟେର ପାଉନି ପୋଲିସ । ନେଲା ଲୋକଙ୍କ ସାହାଯ୍ୟ । ଅଭିଯୁକ୍ତକୁ ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର । ଏମିତି ପୋଷ୍ଟର ସମ୍ବଲପୁରର ବିଭିନ୍ନ ସ୍ଥାନରେ ମାରିଛି ପୋଲିସ । ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୋଲିସ୍‌ । କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅଭିଯୁକ୍ତଙ୍କୁ ଦେଖିଲେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ସର୍ବସାଧାରଣଙ୍କୁ କୁହାଯାଇଛି । ତେବେ ତଦନ୍ତରେ ବାଧା ନ ଉପୁଜିବା ଲାଗି ଅଭିଯୁକ୍ତର ନାଁ କି ସେ କେଉଁ ମାମଲାରେ ସଂପୃକ୍ତ ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେବାକୁ ୮୯୨୬୯-୮୭୬୯୫ ଏବଂ ୮୯୨୬୯-୮୭୬୯୩ ନମ୍ବର ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି । ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବା ସହ ତାଙ୍କ ପରିଚୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି ପୋଲିସ୍‌ କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ