ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଦେଶ୍ଫାଲ୍ ଲୋକକଳା ମହୋତ୍ସବ -୨୦୨୫ ପାଳନ ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଧର୍ମଶାଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମହୋତ୍ସବ କମିଟି ର ସଭାପତି ପଦ୍ମଲୋଚନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସ୍ମରଣିକା ପ୍ରକାଶନ , ଅତିଥି ନିମନ୍ତ୍ରଣ , ସଦସ୍ୟ ସଂଖ୍ୟା ବୃଦ୍ଧି , ସାଂସ୍କୃତିକ ଦଳ ଚୟନ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବିଶେଷ କରି ସ୍ମରଣିକା ପ୍ରକାଶନ ଉପରେ ଗୁରୁତ୍ବ ପ୍ରଦାନ କରି ଏକ ସଂପାଦନା ମଣ୍ଡଳୀ ଗଠନ କରାଯାଇଛି । ଏହି କମିଟିରେ ପଦ୍ମ ଲୋଚନ ମିଶ୍ର , ଡ.ପ୍ରଫୁଲ୍ଲ କୁମାର ରଥ , ଯୁଗଳ କିଶୋର ମିଶ୍ର ପ୍ରମୁଖ ଉପଦେଷ୍ଟା ରହିଥିବାବେଳେ ଡ.ଦ୍ବିତୀକୃଷ୍ଣ ପଣ୍ଡା ମୁଖ୍ୟ ସଂପାଦକ , ଡ.ଅନିରୁଦ୍ଧ କୁରୁକୁରିଆ ଓ ଶୁଭେନ୍ଦୁ ମେହେର ସହ ସଂପାଦକ , ଲକ୍ଷ୍ମୀ ନାରାୟଣ ସାହୁ ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା ସଂପାଦକ ତଥା ସଂପାଦନା ମଣ୍ଡଳୀ ରେ କେଶବ କୁମାର ଦାଶ , ଧର୍ମ ନିରଞ୍ଜନ ପଣ୍ଡା ପ୍ରମୁଖ ରହିଛନ୍ତି । ଅତିଥି ଯୋଗାଯୋଗ ପାଇଁ ଶ୍ରୀନିବାସ ଚାନ୍ଦ , ହରିହର କର୍ଣ୍ଣ , ଗିରିଶ୍ ଦାସ , କୃତିବାସ ମିଶ୍ର , ଅମୀୟ ରଞ୍ଜନ ଦାଶ , ପୀତାମ୍ବର ପଧାନ , ସୁଧୀର ଦାଶ ପ୍ରମୁଖ ରହିଛନ୍ତି। ଏହି ବୈଠକରେ ଗୋବିନ୍ଦ ମିଶ୍ର , ରଞ୍ଜନ ମିଶ୍ର , ସତ୍ୟ ନାରାୟଣ ପାଣିଗ୍ରାହୀ , କେଶନ ଜଗଦଲା , ସୁବ ପ୍ରସାଦ ସେଠି , ସୁଧୀର ମିଶ୍ର , ଗୁରୁଦତ୍ତ ମିଶ୍ର , ଆର୍ତ୍ତତ୍ରାଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ହୃଷିକେଶ ଚାନ୍ଦ ସଭା ସଂଯୋଜନା କରିଥିବା ବେଳେ ଅମୀୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।