ଶାମ୍ବ ଦଶମୀ ପାଇଁ ଚଳଚଞ୍ଚଳ କୋଣାର୍କ


କୋଣାର୍କ: ଆଜି ଶାମ୍ବ ଦଶମୀ । ପ୍ରତିଟି ଘରେ ଚାଲିଛି ସୂର୍ଯ୍ୟ ପୂଜା । ଏଥିପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ । ସକାଳୁ ସକାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି । ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏଁ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ । ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ । ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ ।