ସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ


ଭୁବନେଶ୍ବର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ସକାଳ ୧୦ଟାରୁ ପ୍ରଦର୍ଶନୀକୁ ଖୋଲାଯାଇଛି । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଓ ସ୍କୁଲ, କଲେଜର ଛାତ୍ରଛାତ୍ରୀ ।

ସୂଚନାଯୋଗ୍ୟ, ଜନତା ମଇଦାନରେ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆଯୋଜିତ ହୋଇଥିଲା । ଏଥିରେ  ବିଦେଶରେ ରହୁଥିବା ବହୁ ପ୍ରବାସୀ ଯୋଗ ଦେଇଥିଲେ । ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଗତକାଲି ଉଦଯାପିତ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ।