ବାଲେଶ୍ବର: ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ ଲଶଗିଲା କର୍ଫ୍ୟୁ । ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ଏହି କର୍ଫ୍ୟୁ ଲାଗିଛି । ଏହିସବୁ ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସ ଧାରା ୧୬୩ ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେଥିପାଇଁ ସକାଳୁ ସକାଳୁ ରେଳ ଲାଇନ କଡ଼ରେ ରହୁଥିବା ଲୋକମାନେ ଘରୁ ସେମାନଙ୍କ ଆସବାବପତ୍ର ଅନ୍ୟତ୍ର ନେଉଥିବା ଦେଖିବାକୁ ମିଳିଛି । କର୍ଫ୍ୟୁ ସମୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା, ସଭା, ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି । ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।