ବାଲିଗୁଡ଼ା ବ୍ଲକ୍ ସ୍ତରୀୟ ଜନପ୍ରତିନିଧି ପରିଷଦର ତୃତୀୟ ବାର୍ଷିକୀ ବୈଠକ


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାୟତ୍ରୀ ମଣ୍ଡପ ଠାରେ ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବ୍ଲକର ପ୍ରତି ପଞ୍ଚାୟତ ରୁ ଆସିଥିବା ଜନପ୍ରତିନିଧି ନିଜ ନିଜ ପଞ୍ଚାୟତର ସୁବିଧା ଅସୁବିଧା ବୈଠକରେ ଉପସ୍ଥାପନା କରିଥିଲେ । ବାଲିଗୁଡ଼ା ଡାକ୍ତରଖାନାରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ୟାକୁ ଆଖିରେ ରଖି ଆଗାମୀ ସମୟରେ ଜନପ୍ରତିନିଧି ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ କରିବା ସହ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ଅଭାବ ପୂରଣ ଦିଗରେ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । କିଛି ପଞ୍ଚାୟତରେ ୱାର୍ଡ ମେମ୍ବର ମାନଙ୍କ ସିଟିଙ୍ଗ ଫିଜ୍ ଏକ ବର୍ଷରୁ ଉର୍ଦ୍ଧ ହେବ ଦିଆଯାଇ ନାହିଁ । କିଭଳି ଶୀଘ୍ର ସେମାନଙ୍କ ମାସିକ ଭତ୍ତା ମିଳିପାରିବ ସେ ବିଷୟରେ ପ୍ରଶାସନକୁ ଦାବି ଜଣାଇବା ପାଇଁ ଆଲୋଚନା କରାଯାଇ ଥିଲା । ବାଲିଗୁଡା ଅଞ୍ଚଳର ଯୁବ ସମାଜସେଵୀ ଅରୁଣ କୁମାର ନାୟକଙ୍କୁ ତାଙ୍କ ବୃହତ ମାନବୀୟ ସେବାକାର୍ଯ୍ୟ ପାଇଁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିବାର ପକ୍ଷରୁ ଶ୍ରେଷ୍ଠ ସେବା ସମ୍ମାନର ମାନପତ୍ର ପ୍ରଦାନ କରାଯାଇଥିଲା । କିଛି ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ମଧ୍ୟ ତାଙ୍କ ବୃହତ କାର୍ଯ୍ୟ ନିମନ୍ତେ ଉତ୍ସାହିତ ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ଅଶୋକ ମଲିକ, ମିଡିକିଆ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ବାଲିଗୁଡା ବ୍ଲକର ଶ୍ରେଷ୍ଠ ଆଦର୍ଶ ସରପଞ୍ଚ ସମ୍ମାନର ମାନପତ୍ର ପ୍ରଦାନ କରାଯିବା ସହିତ ପରମାନନ୍ଦ ନାୟକ, ୧୧ ନମ୍ବର ୱାର୍ଡ ମେମ୍ବର ବାରଖମା ଗ୍ରାମ ପଞ୍ଚାୟତଙ୍କୁ ଶ୍ରେଷ୍ଠ ୱାର୍ଡ ମେମ୍ବର ସେବା ସଂମ୍ମାନ, ଶ୍ରୀମତୀ ଜାନକୀ କହଁର, ମିଡ଼ିଆ କିଆ ପଞ୍ଚାୟତ ସମିତି ସଭ୍ୟାଙ୍କୁ ଶ୍ରେଷ୍ଠ ଆଦର୍ଶ ସମିତି ସଭ୍ୟା ଭାବେ ମାନପତ୍ର ପ୍ରଦାନ, ମନିକା ମଲିକ ୧୩ ନମ୍ବର ୱାର୍ଡ ମେମ୍ବର ବାଟାଗୁଡା ପଞ୍ଚାୟତଙ୍କୁ ପାଞ୍ଚଥର ଦୀର୍ଘ ବର୍ଷ ଧରି ୱାର୍ଡର ସେବା କରୁଥିବାରୁ ତାଙ୍କୁ ପ୍ରସଂଶା ପତ୍ର ପ୍ରଦାନ, ରଂଜିତ କୁମାର ଦିଗାଲ ୧୦ ନମ୍ବର ୱାର୍ଡ ମେମ୍ବର ଖମଣଖୋଲ ପଞ୍ଚାୟତ ଦକ୍ଷ ୱାର୍ଡ ମେମ୍ବର ଭାବେ ପ୍ରସଂଶା ପତ୍ର ପ୍ରଦାନ, ପରମପଙ୍ଗା ପଞ୍ଚାୟତର ସ୍ୱାଧୀନ ଦିଗାଳଙ୍କୁ ଦକ୍ଷ ନାଏବ ସରପଞ୍ଚ ଭାବେ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଉପସ୍ଥିତ ରହି ମାନପତ୍ର ପ୍ରଦାନ କରିଥିଲେ । ଉପଦେଷ୍ଟା ରଘୁନାଥ ମଲିକ ବୈଠକର ସଭାପତିତ୍ବ କରଥିବା ବେଳେ ଉପ ସଭାପତି ପରମାନନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ଅଶୋକ ମଲ୍ଲିକ ସଭା ପରିଚାଳନା କରିଥିଲେ । ଉପଦେଷ୍ଟା ଅଭିରାମ ରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ବୈଠକରେ ବୁଡ୍ରୁକିଆ ପଞ୍ଚାୟତ ସରପଞ୍ଚ ତଥା କାର୍ଯ୍ୟକାରି ସଦସ୍ୟା ଶ୍ରୀମତୀ ଅନୁସୟା ପ୍ରଧାନ, ପରମପାଙ୍ଗା ସରପଞ୍ଚ, ଲଣ୍ଡାଙ୍ଗା ସମିତି ସଭ୍ୟ, ସଲାଗୁଡା ସମିତି ସଭ୍ୟା, କୋଷାଧକ୍ଷ ତଥା ମିଡିଆକିଆ ସମିତିସଭ୍ୟା ଜାନକୀ କାହଁର ପ୍ରମୁଖ ଉପସ୍ଥିତ ଥିବା ବେଳେ ୧୪ ଗୋଟି ପଞ୍ଚାୟତର ଜନପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । ବୈଠକ ସମାପ୍ତି ପରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ଜରାନିବାସକୁ ଯାଇ ଅନ୍ତେବାସୀ ବୃଦ୍ଧା,ବୃଦ୍ଧ ମାନଙ୍କୁ କିଛି ଫଳ ଖାଦ୍ୟ ସାମଗ୍ରୀ ଦେବାସହ କେକ୍ କାଟି ସମସ୍ତଙ୍କୁ ଦେଇ ତାଙ୍କ ମୁହଁରେ କିଛି ହସ ଫୁଟାଇ ଥିଲେ ଏବଂ ତାଙ୍କଠାରୁ ଆଶିର୍ବାଦ ନେଇଥିଲେ । ଜରାଶ୍ରମ ର ଅନ୍ତେବାସୀ ଙ୍କ ସେବା କରୁଥିବା ସେବକ କର୍ମ ଚାରୀମାନଙ୍କୁ ତାଙ୍କ ଦାୟିତ୍ୱ ନିମନ୍ତେ ପ୍ରସଂଶା କରିଥିଲେ । ଜରାନିବାସର ଅନ୍ତେବାସୀଙ୍କ ସୁବିଧା ନିମନ୍ତେ ଏକ ସାମୁହିକ ଖାଦ୍ୟ କକ୍ଷ ଓ ସିକ୍ ରୁମ ଆବଶ୍ୟକତା ଥିବା ଜାଣି ଉକ୍ତ ବିଷୟ ସରକାର ଓ ପ୍ରଶାସନଙ୍କୁ ଲିଖିତ ଭାବେ ଅବଗତ କରାଯିବ ବୋଲି ଜନ ପ୍ରତି ନିଧି କର୍ମ କର୍ତ୍ତା ପ୍ରକାଶ କରି ଥିଲେ । ପ୍ରତିନିଧି ସମୂହଙ୍କ ଉକ୍ତ କାର୍ଯ୍ୟ ଦେଖି ସାଧାରଣ ମହଲରେ ପ୍ରସଂଶା କରାଯାଇଛି ।