Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆପାଲି ହାଇସ୍କୁଲ ପରିସରରେ ଶ୍ରମିକ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକର କେଂଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି l ବୀରମହାରାଜପୁର ତାଳୁକ ଆଇନ ସେବା ସମିତି ଓ ଏକତା ଗ୍ରୁପ କଦଳିପାଲି ଛକର ମିଳିତ ଉଦ୍ୟମରେ ଏହି ଦିବସ ପାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଏକତା ଗ୍ରୁପର ପରିଚାଳନା ନିର୍ଦେଶକ ପାଣିନି ପ୍ରାଜ୍ଞ ଙ୍କ ସଂଯୋଜନା କ୍ରମେ ବୀର ମହାରାଜପୁର ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସରୋଜିନୀ ସାହୁ, ଥାନା ଅଧିକାରୀ ପଦ୍ମାଶିନୀ ମେହେର, ବରିଷ୍ଟ ଆଇନଜୀବି କୁନ୍ଦ ନ ପଧାନ, ସନ୍ତୋଷ ଚାନ୍ଦ, ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ମତ ପ୍ରକାଶ କରିଥିଲେ l ଏଥି ସହିତ ଶ୍ରମିକଙ୍କ ଅଧିକାର ଓ ସରକାରଙ୍କ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ଶ୍ରମିକଙ୍କ ପାଇଁ ରହିଥିବା ନୀତି ନିୟମ ଉପରେ ସୂଚନା ଦେଇଥିଲେ। ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ, ସମିତି ସଭ୍ୟା ସୁଷମା ସେଠି, ହାଇସ୍କୁଲର ସମସ୍ତ ଶିକ୍ଷକ, ସ୍ଥାନୀୟ ମିଶନ ଶକ୍ତି, ଏସ. ଏଚ. ଜି. ମହିଳା, ଶ୍ରମିକ ତଥା ଏକତା ଗ୍ରୁପର ସମସ୍ତ ସଭ୍ୟ ଯୋଗଦେଇଥିଲେ l କ୍ଷୀରସିନ୍ଧୁ ପଧାନ, ପ୍ରକାଶ ପଧାନ, ଉମାକାନ୍ତ ପଧାନ, ସୁରୁବାବୁ କୁଦେଇ, ଅଶୋକ ସାହୁ, ଦୁର୍ବାଦଳ ସାହୁ, ପବିତ୍ର ସାହୁ, ପୌଲସ୍ତି ଖୁଣ୍ଟିଆ, କନ୍ଦର୍ପ ପଧାନ,ଲା ଲାଜୀ ବେହେରା, ଶୁଭ ବିଶ୍ଵାଲ, ଆଲୋକ ପଧାନ, ଓକିଲ ବିଶ୍ଵାଲ, କୁନୀଲ ମିଶ୍ର, ବିଜୟ ବଗର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ