Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଇରମାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ଖେଳରେ ଟିକୁଡା କୁ ହରାଇ ଦେଉଳ ମୁଣ୍ଡା ସେମି ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମlଳ ଖେଳ ପଡ଼ିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଚତୁର୍ଥ ଦିବସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପ୍ରଥମମ୍ୟାଚ୍ ଟି ତିକୂଡା ଓ କୋଟ ସମଳାଇ ମଧ୍ୟରେ ହୋଇଥିଲା l ଟିକୁଡା ଦଳ ପ୍ରଥମେ ବ୍ୟାଟିଂ କରି ୮ଓଭର ରେ ୫ଉଇକେଟ ହରାଇ ୧୩୨ରନ କରିଥିବା ବେଳେ କୋଟସମଳାଇ ଦଳ ୮ ଓଭର ରେ ୭ଉଇକେଟ ହରାଇ୭୭ ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଦେଉଳମୁଣ୍ଡା ଓ ଭଳିଆପଦର ମଧ୍ୟରେ ହୋଇଥିଲା । ଏଥିରେ ଦେଉଳମୁଣ୍ଡା ଦଳ୮ଓଭର ରେ ୫ ଉ ଇକେଟ ହରାଇ ୭୭ରନ କରିଥିବା ବେଳେ ଭଳିଆପାଦର ଦଳ ୮ଓଭର ରେ୮ ଉଇକେଟ ହରାଇ ୬୬ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଟିକୁଡା ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଟିକୁଡା ଦଳ ୫ଓଭର ରେ ୪ ଉଇକେଟ ହରାଇ ୬୩ରନ କରିଥିବା ବେଳେ ଦେଉଳ ମୁଣ୍ଡା ଦଳ ୪. ୫ ବଲ ରେ ରେ ୩ ଉଇକେଟ ହରାଇ ୬୬ରନ କରି ବିଜୟୀ ହୋଇଥିଲା I ତୃତୀୟ ମ୍ୟାଚ ରେ ଦେଉଳମୁଣ୍ଡା ଦଳ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ଶତ୍ରୁଘନ ରଣା ,ସଂଜୀବ ବାଙ୍କ , ଅତିଥି ଭାବରେ ଯୋଗ ଦେଇ ଦେଉଳମୁଣ୍ଡା ଦଳର ରାହୁଲ ଙ୍କୁ ଙ୍କୁ ମ୍ୟlନ ଅଫ ଦି ମ୍ୟlଚ ଟ୍ରଫି ପ୍ରଦାନ କରିଥିଲେ ଅମ୍ପାୟାର,ପ୍ରଶାନ୍ତ ବାଙ୍କ ମହାଦେବ ବଗର୍ତି ସ୍କୋରର ମିଳନ ବଡ଼ମାଳି ଅନ୍ତରାମ ବିଶି ଆକାଶ ପଧାନ ବବୁଲ ଶୁଭଙ୍କର ନିତ୍ୟାନନ୍ଦ ବିବେକାନନ୍ଦ ଅଜିତ ମଣ୍ଟୁ ଶିବରାମ ବଡ଼ମାଳି ଧାରା ବିବରଣୀ ପ୍ରଦାନ କରିଥିଲେ।