ସମ୍ବଲପୁର:ନାକଟିଦେଉଳ ୧୬.୧.୨୦୨୫ ନାକଟି ଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୬ ତାରିଖ ରୁ ଆରମ୍ଭ ହୋଇ ଥିବା ଆତ୍ମ ସୁରକ୍ଷା ତାଲିମ୍ ଶିବିର ୧୬.୧.୨୦୨୫ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନ ର ଅଧକ୍ଷ ହେମାନନ୍ଦ ପ୍ରଧାନ ଙ୍କ ସଭ।ପତିତ୍ବରେ ଅନୁଷ୍ଠିତ ଉଦଯାପନୀଉତ୍ସବରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ଥାନା ର ସବ ଇନ୍ସପେକ୍ଟର ପବିତ୍ର ମୋହନ ବେହେରା, ସମ୍ମାନିତ ଅତିଥି ଭାବେ ଏ ଏସ ଆଇ ହିରାଧର ବେହେରା ଓ ଗଣିତ ଅଧ୍ୟାପକ ଉମାକାନ୍ତ ବିଶ୍ବାଳ ଯୋଗ ଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଆବଶ୍ୟକତା ତଥା ସାମ୍ପ୍ରତିକ ସମାଜ ରେ ଛାତ୍ରୀ ମାନଙ୍କର ସୁରକ୍ଷା ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବିନୀତା ମୁର୍ମୁ କାର୍ଯକ୍ରମ ର ଆଭିମୁଖ୍ୟ ବିଷୟ ରେ ଆଲୋଚନା କରିଥିଲେ। ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ ଙ୍କ ସହାୟତା ରେ ତାଲିମ୍ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇ ଥିଲା। ଛାତ୍ରୀ ମାନେ ତାଲିମ୍ ଶିବିର ର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଗ୍ରନ୍ଥାଗାରିକ ଅରୁଣ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। କୁମୁଦିନୀ ବିଶ୍ବାଳ ଆଠ ଦିନ ଧରି ସଫଳତା ର ସହିତ ତାଲିମ ପ୍ରଦାନ କରିଥିଲେ।
ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦଯାପନୀ ସମାରୋହ
