Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତଗୋଡ଼ ବାନ୍ଧି ମହିଳାଙ୍କୁ ଦୁଷ୍କର୍ମ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ମହିଳାଙ୍କୁ ଦୁଷ୍କର୍ମ । ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରାଯାଇଛି । ଘଟଣା ଶୁକ୍ରବାର ରାତିରେ ଘଟିଛି । ମହିଳା ଜଣଙ୍କ ଘରେ ଏକା ଥିବା ବେଳେ ଦୁଷ୍କର୍ମ କରାଯାଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି ।

ସୂଚାଯୋଗ୍ୟ, ରଣପଶି ଓଭରବ୍ରିଜ୍ ନିକଟରେ ଏକ ଘରେ ଜଣେ ମହିଳା ଭଡ଼ାଘରେ ଏକା ରହୁଥିଲେ । ନିକଟରେ ଏକ ସ-ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ ଜିଲ୍ଲାର ହୃଷିକେଶ ତାଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସିନ ରିକ୍ରିଏସନ କରି ବ୍ୟବହୃତ ଛୁରୀକୁ ଜବତ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories