Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ସରସ୍ୱତୀ ଶିଶୁ ମନ୍ଦିରରେ ସପ୍ତଦଶ ବାର୍ଷିକ ଉତ୍ସବ

ଝାରସୁଗୁଡା ୨୦/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅଧିନସ୍ଥ ଲଖନପୁର ସରସ୍ୱତୀ ଶିଶୁ ମନ୍ଦିରରେ ସପ୍ତଦଶ ବାର୍ଷିକ ମହୋତ୍ସବ ମହା ଆଡମ୍ବର ସ‌ହକାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଟିଆରଏଲ କ୍ରୋସାକୀର ସହକାରୀ ମୂଖ୍ୟ ପରିଚାଳକ ନିରଞ୍ଜନ ଦାସ, ବ୍ରଜରାଜନଗର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ପଦ୍ମା ମହାପାତ୍ର ମୁଖ୍ୟବକ୍ତା ଏବଂ କୁଡ଼ାଲୋଇ ବେଦାନ୍ତ ପ୍ରକଳ୍ପ ମୁଖ୍ୟ ରାଧେଶ୍ୟାମ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଶୋଭାବର୍ଧନ କରିଥିଲେ । ଅପରାହ୍ନ ୧:୩୦ମି ରେ ଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ରାଜକୁମାର ସାହୁ ଅତିଥି ପରିଚୟପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ଖମାରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା । ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ବେଣୁଧର ପଧାନ ଧନ୍ୟବାଦ ଅର୍ପଣ ପରେ ବନ୍ଦେମାତରଂ ଗାନ ସହ ସଭା ସାଙ୍ଗ କରା ଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ଶିଶୁ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ କ୍ରୀଷ୍ଣା ସରାପଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା, ସେବକ,ସେବିକା ଏବଂ ପରିଚାଳନା ସମିତି ସଦସ୍ୟ , ମାତୃ ଭାରତୀ ସଭ୍ୟା ତଥା ଅଭିଭାବକ,ଅଭିଭାବିକାଙ୍କ ସହଯୋଗ କ୍ରମେ ବାର୍ଷିକ ଉତ୍ସବ ମହା ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଥୂଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ