Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଲିକାରେ ଚାଲିଛି ଡଲଫିନ୍ ଗଣନା

ଚିଲିକା: ଆଜି ଦ୍ବିତୀୟ ଦିନରେ ଚିଲିକାରେ ଚାଲିଛି ଡଲଫିନ ଗଣନା । ଗତକାଲି ଗଣତି ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ମଧ୍ୟ ଡଲଫିନ ଗଣନା ଚାଲିବ ବୋଲି ଜଣାପଡ଼ିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଏହି ଗଣନା ।

ଚିଲିକାରେ ଦେଖା ଦେଉଥିବା ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁର ୨ଟି ରେଞ୍ଜରେ ଚାଲିଛି ଗଣତି । ଡଲଫିନ୍ ଗଣନାରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ ବଡ଼କୂଳରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ନିୟୋଜିତ ହୋଇଛନ୍ତି । ଜିପିଏସ ସିଷ୍ଟମ ଓ ବାଇନାକୁଲାର ମାଧ୍ୟ୍ୟମରେ ଚାଲିଛି ଏହି ଗଣତି ।

ଡଲଫିନ୍ ଗଣନାରେ ୧୦୦ରୁ ଊର୍ଦ୍ଧ୍ବ ଗଣନାକାରୀ ସାମିଲ ଅଛନ୍ତି । ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ, ସିଡ଼ିଏ, ଜଙ୍ଗଲ ବିଭାଗ କର୍ମଚାରୀ ସମେତ ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।