ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା


ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ମହଦା ପଂଚାୟତ ଅନ୍ତର୍ଗତ ତିକୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସତ୍ୟଭାମା ମିଶ୍ର ଙ୍କୁ ଅବସର କାଳୀନ ସମ୍ମର୍ଦ୍ଧନା ଦିଆଯାଇଥିଲା l ସମ୍ମର୍ଦ୍ଧନା ଜ୍ଞାପନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟିର ସଭାପତି ସୁଶାନ୍ତ ଝାଙ୍କର ସଭାପତିତ୍ବ କରିଥିବାବେଳେ ଉଲୁଣ୍ଡା ବ୍ଲକ ଏବିଡିଓ ମାର୍କଣ୍ଢେଶ୍ୱର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସୋନପୁର ଏବିଇଓ ପ୍ରତାପ ଦାସ, ଧର୍ମଶାଳା ସି ଆର ସି ସି ରାଜେନ୍ଦ୍ର ଜଗଦଲା, ମରିଚ ପୁର ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଅଂଶଗ୍ରହଣ କରିଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ସାହୁ ସଭାପରିଚାଳନା କରିଥିଲେ ଓ ବିଦ୍ୟାଳୟର ଛତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l