ନାକଡେଇଁ ନାଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନବାହ୍ନ ପରାୟଣ ଉଦଯାପିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କ୍ଷେମାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାକେଡେଇଁ ଶ୍ରୀ ନାଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ କ୍ଷେମାଲୋଏ ପଞ୍ଚାୟତବାସୀଙ୍କ ” ୬ଷ୍ଠ ତମ ନବାହ୍ନ ପାରାୟଣ ” ପଞ୍ଚାୟତ ବାସୀଙ୍କ ତତ୍ତ୍ୱାବଧାନରେ ଆଜି ନବମ ଦିନରେ ଉଦଯାପିତ ହୋଇଯାଇଛି । ଏଥିରେ ବ୍ୟାସ ଭାବରେ ନନ୍ଦନମାଳ ର ମଧୁସୂଦନ ଦାସ କାର୍ଯ୍ୟ ସମ୍ପାଦନ କରିଥିଲେ । “ଆଧ୍ୟାତ୍ମିକତା ହିଁ ଶାନ୍ତି ଓ ମୈତ୍ରୀ ର ପ୍ରତୀକ” । ଏହି ନବାହ୍ନ ପାରାୟଣରେ ସହସ୍ରାଧିକ ଶ୍ରଦ୍ଧାଳୁ ସମାଗମ ହୋଇ ପ୍ରଭୁକୃପା ଲାଭ କରିବା ସହ ନିଜ ଜୀବନକୁ ଧାର୍ମିକ ପଥର ଅନୁଗାମୀ ହୋଇଛନ୍ତି। ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମ ବାସୀ ଓ ନାଗେଶ୍ଵର ଯୁବକ ସଂଘ ର ସମସ୍ତ ସଦସ୍ୟ କାର୍ଯ୍ୟରେ ସହଯୋଗ କରିଛନ୍ତି । ନବାନ୍ନ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ ହେବା ସହ ନଗର ପରିକ୍ରମା କରାଯାଇଥିଲା । ଉଦଯାପନୀ ଦିନରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।