ଭୁବନେଶ୍ବର: ୨୪ ବର୍ଷର ସ୍ଥିର ସରକାରରେ ଥାଇ ବି ବିଜେଡି ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଯୋଗାଇ ପାରିଲାନି ପକ୍କା ଘର । ଆଜି ବି ବହୁ ଲୋକ ଜରିପାଲ ଟଣା ଘରେ ରହୁଛନ୍ତି । ସରକାର ବଦଳିଲା, ଏବେ ଗରିବଙ୍କ ଭାଗ୍ୟ ବି ବଦଳିବ । ପକ୍କା ଘରୁ ବଞ୍ଚିତ ଥିବା ପରିବାରଙ୍କୁ ଘର ଖଣ୍ଡିଏ ଦେବା ପାଇଁ ମନ୍ତ୍ରୀମାନେ ଘରକୁ ଘର ବୁଲି ନିଜେ ସର୍ଭେ କରୁଛନ୍ତି । ପୂର୍ବରୁ ଥିବା ନିୟମକୁ ଏବେ କୋହଳ ବି କରିଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଘର ପାଇବା ପାଇଁ କେଉଁମାନେ ଯୋଗ୍ୟ ।
ପୂର୍ବରୁ ଯେଉଁମାନଙ୍କର ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ଯାନ ବା ମାଛଧରା ଡଙ୍ଗା ଥିଲା ସେମାନେ ଏଥିରୁ ବଞ୍ଚିତ ହେଉଥିଲେ । ହେଲେ ଏବେ କିନ୍ତୁ ଦୁଇ ଚକିଆ ଯାନ ଓ ମାଛ ଧରା ଡଙ୍ଗା ରଖିଥିବା ଲୋକେ ମଧ୍ୟ ଏହି ସୁବିଧା ପାଇବେ । ଘରର ଯଦି କେହି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ତେବେ ବି ସେହି ପରିବାର ଆବାସ ଯୋଜନାରେ ସାମିଲ୍ ହେବା ପାଇଁ ଆବେଦନ କରି ପାରିବେ । ପୂର୍ବରୁ ଏହା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା ।
ସେହିପରି ଯାହା ଘରେ ଫ୍ରିଜ୍ ଓ ଲ୍ୟାଣ୍ଡ୍ ଫୋନ୍ ରହିଛି ସେମାନେ ବି ନିଜ ପାଇଁ ଆବାସ ଯୋଜନାରେ ଘର ଟିଏ ପାଇଁ ଆପ୍ଲାଏ କରି ପାରିବେ । ଯାହାକି ପୂର୍ବରୁ ବ୍ୟବସ୍ଥାରେ ନ ଥିଲା । ସରକାର ନୂତନ ହିତାଧିକାରୀ ଚୟନ ନିମନ୍ତେ ଯେଉଁ ମାନଦଣ୍ଡ ରଖିଛନ୍ତି ତାହାକୁ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେଇ ପାରିବେ ।