ଚିକିଟି: ଯୁବକଙ୍କୁ ନାଗ ସାପ ଦେଖାଇ ଦଂଶନର ଭୟ ସୃଷ୍ଟି କରି ଅପହରଣ । କୋଟିଏ ଟଙ୍କା କରିଥିଲେ ଦାବି । ହେଲେ ଯୋଜନା ହୋଇଗଲା ପଣ୍ଡ । ଅପହୃତ ୪ ଯୁବକ ଉଦ୍ଧାର । ଘଟଣା ଘଟିଛି କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ ।
ସୂଚନା ଅନୁସାରେ, ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ତିନି ଜଣ କଟକର ହୋଇଥିବା ବେଳେ ଜଣେ ଦିଲ୍ଲୀର । ଏମାନଙ୍କୁ ବ୍ରହ୍ମପୁରରୁ ଅପହରଣ କରି ନେଇ ଗୋଟିଏ ଦିନ ରଖାଯାଇଥିଲା । ଏହାପରେ ଦୁବୃର୍ତ୍ତମାନେ ସେମାନଙ୍କୁ ଚିକିଟି ଗଡ଼କୁ ନେଇଯାଇଥିଲେ । ଚିକିଟି ଗଡ଼ରେ ନୂତନ ପାତ୍ରଙ୍କ ଘର ପଛପଟେ ଥିବା କୁଡ଼ିଆରେ ଚାରି ଜଣଙ୍କୁ ବାନ୍ଧି ରଖିଥିଲେଅଭିଯୁକ୍ତ ନୂତନ ଓ ତା’ର ସହଯୋଗୀ । କୁଡ଼ିଆରେ ବନ୍ଧକ ରଖି ନାଗ ସାପ ଦେଖାଇ କୋଟିଏ ଟଙ୍କା ଦାବି କରିଥିଲେ । ଚାରି ଯୁବକଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
କୌଣସି ମତେ ଜଣେ ଯୁବକ ଅପହୃତଙ୍କ କପଳରୁ ଖସି ଆସି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଅପହରଣ ବିଷୟ କହିଥିଲେ । ଖବର ପାଇ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ଉକ୍ତ କୁଡ଼ିଆରୁ ସମସ୍ତ ଯୁବକକୁ ଉଦ୍ଧାର କରିଥିଲା । ଏହି ଅପହରଣ ଘଟଣାରେ କିଛି ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।