Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘାରିଆ ସମାଜ ବାମଣ୍ଡା ଆଞ୍ଚଳିକ କାମିଟି ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଅଖିଳ ଭାରତୀୟ ଅଘାରିଆ ସମାଜ ,ବାମଣ୍ଡା ଆଞ୍ଚଳିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଗତକାଲି ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ସମ୍ବିଧାନ ପ୍ରଣେତା ଡ .ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରର ମାଲ୍ୟାର୍ପଣ କରି ରାଜ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ପରୁଆଭାଡ଼ି ର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ଆଞ୍ଚଳିକ ସଭାପତି ଭବାନୀ ଶଙ୍କର ନାୟକ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ରାଜ୍ୟ ସଭାପତି ଗଙ୍ଗାଧର ନାଏକ ମୁଖ୍ୟ ଅବକ୍ତ ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ଅଶୋକ ପଟେଲ ପ୍ରରଭିକ ସୂଚନା ଓ ପରୁଆଭଡ଼ି ଗୁଡ଼ି ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟେଲ ସ୍ଵାଗତ ଭାଷଣ ଦେଇଥିଲେ ।ଅତିଥି ଗଣ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା ପାଇଁ ଆଘାରିଆ ସମାଜ ର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହା ପରେ ଆୟୋଜିତ ସମ୍ବର୍ଧନା ପର୍ବରେ ନବ ନିର୍ବାଚିତ ଆଞ୍ଚଳିକ ସଭାପତି ଭବାନୀ ନାୟକ,ସମ୍ପାଦକ ଅଶୋକ ପଟେଲ, ଯୁବ ସଭାପତି ନିଲାନ୍ଦ୍ରି ପଟେଲ,ମହିଳା ସଭାପତି ସସ୍ମିତା ପଟେଲ, କୁସୁମୀ ମଣ୍ଡଳ ଉପ ସଭାପତି ପ୍ରଶାନ୍ତ ପଟେଲ, ବଡ଼ରମା ଗୁଡ଼ି ସଭାପତି ସରୋଜ ପଟେଲ, ଜରାବଗା ଗୁଡ଼ି ସଭାପତି ସନ୍ତୋଷ ପଟେଲ, ହାଡ଼ି ପାଲି ଗୁଡ଼ି ସଭାପତି ନେତ୍ର ଭାନୁ ନାଏକ, କୁଚିଣ୍ଡା ଗୁଡ଼ି ସଭାପତି ନନ୍ଦ ଲାଲ ପଟେଲ,ପାଲେନ ପଡ଼ା ଗୁଡ଼ିର ରୁଦ୍ର ପ୍ରତାପ ନାଏକ, ସଗରା ଗୁଡ଼ିର ଅମିୟ ପଟେଲ ସମେତ ପାଞ୍ଚଗୋଟି ମଣ୍ଡଳ ର କର୍ମକର୍ତ୍ତା ଙ୍କୁ ରାଜ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଆସନ୍ତା ମାସକ ଭିତରେ ପ୍ରତ୍ୟେକ ଗୁଡ଼ିର ସଭା କରିବାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରା ଯାଇଥିଲା । ଶେଷରେ ବିଭୂତି କଲ୍ୟାଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ