Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଲ୍‌ଫି ନ ଉଠେଇ ଟ୍ରୋଲ ହେଲେ କାଟ୍ରିନା

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ ମୁମ୍ବାଇ ବିମାନବନ୍ଦରରେ ଜଣେ ପ୍ରଶଂସକଙ୍କ ସହ ଫଟୋ ନ ଉଠାଇବା ଲାଗି ଅଭିନେତାଙ୍କୁ ପ୍ରଶଂସକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। କାଟ୍ରିନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କାଟ୍ରିନା ଜଣେ ମହିଳା ପ୍ରଶଂସକଙ୍କ ସହ ସେଲଫି ଉଠାଇବାକୁ ମନା କରିବା ସହ ତାଙ୍କୁ ଅଣଦେଖା କରିଥିଲେ। ଏହାକୁ ନେଇ ମହିଳା ଜଣଙ୍କ କ୍ୟାଟ୍ରିନାଙ୍କୁ ପରିହାସ କରିଥିଲେ।

ବାସ୍ତବରେ, ଏକ ଶୋରୁ ଫେରିବା ସମୟରେ କ୍ୟାଟ୍ରିନା ପ୍ରଶଂସକଙ୍କ ସହ ଫଟୋ ନେବାକୁ ମନା କରିଦେଇଥିଲେ। ଏହା ପରେ ଜଣେ ମହିଳା ପ୍ରଶଂସକ ଜଣଙ୍କ କ୍ରୋଧିତ ହୋଇଥିଲେ ଏବଂ କ୍ୟାଟ୍ରିନାଙ୍କୁ ନିଜର ମନୋଭାବ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଥିଲେ।

ତେବେ ମହିଳା ଜଣଙ୍କ ଉତ୍ତ୍ୟକ୍ତ ହୋଇ ପରିହାସ କରିବା ପରେ କ୍ୟାଟ୍ରିନା ତାଙ୍କୁ ପଛକୁ ଫେରି ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ଆପଣମାନେ ଏହା କରିବା ଉଚିତ୍ ନୁହେଁ। ଏକ ଲମ୍ବା ଶୋ ପରେ ମୁଁ ଫେରିଛି, ବହୁତ କ୍ଳାନ୍ତ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ