Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଡ଼ାଟିଆଙ୍କୁ ଛୁରୀ ଭୁଶି ଦେଲେ ଘର ମାଲିକ

କଟକ: ସାମାନ୍ୟ ବଚସାରୁ ଭଡ଼ାଟିଆଙ୍କୁ ଛୁରୀ ଭୁଶି ଦେଲେ ଘର ମାଲିକ । କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଦରଖାପାଟଣାରେ ଏହି ଘଟଣା ଘଟିଛି । ଆହତ ଭଡ଼ାଟିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ପୋଲିସ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୋଲିସର ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲା । ଘର ମାଲିକ ରାଗରେ ଲାଲ ହୋଇ ଯାଇଥିଲେ । ପରେ ଘରୁ ଏକ ଛୁରୀ ଆଣି ଭଡ଼ାଟିଆ ଦେହରେ ଭୁଶି ଦେଇଥିଲେ । ଏପରିକି ଗୋଡ଼ାଇ ଗୋଡ଼ାଇ ଛୁରୀରେ ଆଘାତ କରିଥିବା ଜଣାଯାଇଛି ।

ପରିବାର ଲୋକେ ଘଟଣା ସମ୍ପର୍କରେ ମଧୁପାଟଣା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭଡ଼ାଟିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ଛୁରାମାଡ଼ରେ ଭଡ଼ାଟିଆଙ୍କ ଶରୀରରେ ଗଭୀର କ୍ଷତ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories