Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ କଲେଜରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ‘ଲମହେ ‘ ପାଳିତ।

କଳାହାଣ୍ଡି:୨୮/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ‘ଲମହେ’ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଶ୍ରୀ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ , ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ଆଦିତ୍ୟ ପଟ୍ଟନାୟକ, ବିବିଏ, ବିସିଏ ବିଭାଗ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ସ୍ବାଗତ ଭାଷଣ ଦେଇ ଥିବାବେଳେ ଅଧ୍ୟାକ୍ଷା ଆରତି ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ ଉଚ୍ଚ ଅଭିଳାଷ ପୋଷଣ କରି ନିଜ ନିଜ ଲକ୍ଷ୍ୟ ସ୍ଥଳରେ ଅଗ୍ରସର ହେବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଆଗାମୀ ବାର୍ଷିକ ପରୀକ୍ଷା ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ଉତ୍ତୋରୋତ୍ତର ବୃଦ୍ଧି କାମନା କରିଥିଲେ । ଶେଷରେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ