Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତା ଏବଂ ଶୃଙ୍ଖଳାର ପ୍ରତୀକ ହେଉଛି ପତାକା ଅବତରଣ ଉତ୍ସବ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ): ଏକତା ଏବଂ ଶୃଙ୍ଖଳାର ପ୍ରତୀକ ହେଉଛି ପତାକା ଅବତରଣ ଉତ୍ସବ। ପ୍ରତିବର୍ଷ ଜାନୁଆରୀ ୩୧ ତାରିଖରେ ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ ହେଉଥିବା ବେଳେ ଭାରତର ସଶସ୍ତ୍ର ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାକୁ ଏହା ପ୍ରଦର୍ଶିତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ବାଟାଲିୟନ ଭୁବନେଶ୍ୱର ଠାରେ ଆୟୋଜିତ ପତାକା ଅବତରଣ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟ ପୋଲିସ ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାର ଏହା ଏକ ଅନନ୍ୟ ପ୍ରତୀକ। ଭାରତୀୟ ସୈନିକ ଏବଂ ରାଜ୍ୟ ପୋଲିସ ବାହିନୀଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
ଏହି ଅବସରରେ ରାଜ୍ୟ ପୋଲିସର ବିଭିନ୍ନ ବାଟାଲିୟନରୁ ଆସିଥିବା ବ୍ୟାଣ୍ଡ ପାର୍ଟି ମାନେ ଦେଶାତ୍ମବୋଧ ସଂଗୀତର ତାଳେ ତାଳେ ଚିତ୍ତାକର୍ଷକ ସାମରିକ ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ଜାତୀୟ ସଂଗୀତ, ଏଇ ଦେଶ ଏଇ ମାଟି, ଆର୍ଯ୍ୟ ଭୂମି, ସାରେ ଯାହାଁ ସେ ଆଚ୍ଛା, ବନ୍ଦେ ମାତରଂ , କଦମ କଦମ, ତେରା ପ୍ୟାର ଅମର, ରୋଜା କାଶ୍ମୀର, ଓଡିଶା ପୋଲିସର ଥିମ ସଙ୍ଗୀତ, ପ୍ରଳମ୍ବ ବାଦ୍ୟ ଏବଂ ଓଡିଶା ମୋ ଓଡିଶା ଭଳି ସଙ୍ଗୀତରେ ବ୍ୟାଣ୍ଡ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ସତ୍ୟବ୍ରତ ସାହୁ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ,ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ