Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବଙ୍ଗତ ଛାତ୍ରଙ୍କ ସୃତିରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିରର ଅନୁଷ୍ଠିତ

ସୁବର୍ଣ୍ଣପୁର: ଗତ ଗୋଟେ ମାସ ତଳେ ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଗାଁ ସ୍କୁଲରେ ହୋଇଥିବା ମର୍ମନ୍ତୁତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣ ଛାତ୍ରଙ୍କ ସୃତିରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି ।ସଦର ବ୍ଲକ କଳାପଥର ନିକଟରେ ଥିବା ପ୍ରତୀକ ରାଇସ ମିଲ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।ପ୍ରଥମେ ତିନି ଛାତ୍ରଙ୍କ ଆତ୍ମାର ସଦଗଦି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପରେ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଚ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି ଶିବିରରେ ୨୦୦ ୟୁନିଟ ରକ୍ତ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ବେଚ୍ଛାସେବୀ, ସାଧାରଣ ଲୋକଙ୍କ ସହିତ ମହିଳାମାନେ ମଧ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଦେଖାଯାଇଛି ।ଏହି ଶିବିରକୁ ଚନ୍ଦ୍ରିକା ସେବା ଟ୍ରଷ୍ଟର ଅଧ୍ୟକ୍ଷ ବଣ୍ଟୁ ଅଗ୍ରଓ୍ବାଲଙ୍କ ସହିତ ସ୍ବେଚ୍ଛାସେବୀମାନେ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ