Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଗଞ୍ଜେଇ ଚୋରାଚାଳାଣ ବେଳେ ଗଞ୍ଜେଇ ସହ ଏକ ଡଷ୍ଟର କାର ଜବତ ଓ ୨ ଜଣ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ରେ ପୁଣି ଗଞ୍ଜେଇ ଜବତ । କୌଣସି ସୂତ୍ରରୁ ଖବରପାଇ ସୋନପୁର ଅବକାରୀ ବିଭାଗ ଷ୍ଟାଫ ଆଗରୁ ଜଗିରହି ସୋନପୁର ର ଧାଉଁରାଖମନ ଚେକ ଗେଟ ନିକଟ ରୁ ଏକ ଡ଼ଷ୍ଟର କାର ରୁ ୧୦୫ କେଜି ଗଞ୍ଜେଇ ଧରିଲା ଅବକାରୀ ବିଭାଗ । ତେବେ ଏହି ଚୋରାଚାଳଣରେ ସାମିଲଥିବା ବରଗଡ଼ ଜିଲ୍ଲାର ଟାଙ୍ଗରପାଲି ଗାଁର ସୁନୀଲ ସାହୁ ଓ ବରଗଡ଼ ଜିଲ୍ଲା ଖଲିଆପାଲି ଗାଁର ପ୍ରୀତମ ସିଂ କୁ ଗିରଫ କରିଛି ଅବକାରୀ ବିଭାଗ । ବାହାର ଜିଲ୍ଲା ରୁ ବରଗଡ଼ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେବା ସହ ଆଜି ଉଭୟ ଙ୍କୁ କୋଟ ଚାଲାଣ କରାଯିବ ବୋଲି ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ