Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ ହଜାର ରୁ ଅଧିକ କ୍ବିଣ୍ଟାଲ ଦାଦନ ଚାଉଳ ଯାଉଛି କୁଆଡ଼େ

କଳାହାଣ୍ଡି ଜିଲ୍ଲାରେ ଗରିବି କିଛି ଲୋକଙ୍କ ପାଇଁ ଚିର ସହଚର ହୋଇଥିବା ବେଳେ ସେପଟେ ଆଉ କିଛି ଲୋକଙ୍କ ପାଇଁ ଏହା ବରଦାନ ପଲଟିଛି । ଜିଲ୍ଲାର ଗରିବ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଅନୁଦାନ ଆସୁଥିବାବେଳେ ତାହା ବାଟମାରଣା ହେଉଛି । କଳାହାଣ୍ଡି ଜିଲ୍ଲା ହେଉଛି କେବିକେ ଅଞ୍ଚଳର ଏକ ଅନୁନ୍ନତ ଜିଲ୍ଲା । ନୀତି ଆୟୋଗ ଙ୍କ ହିସାବରେ ଜିଲ୍ଲାର ୪୭ ପ୍ରତିଶତ ଲୋକ ଗରିବ ତାଲିକାରେ ରହିଛନ୍ତି ଓ ସେମାନଙ୍କ ପାଇଁ ସରକାର ଖାଦ୍ୟସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଇତ୍ୟାଦି ଯୋଗାଉଛନ୍ତି । ଜିଲ୍ଲାରେ ମୋଟ ପିଏଚ୍ଏଚ୍ , AAY , ଏସ .ଏଫ .ଏସ .ଏସ. ଏବଂ ଏ .ପି ସ୍କିମ ରେ ମୋଟ ୩୯୫୮୬୧ ରାସନ କାର୍ଡ ରେ ୧୩୪୯୬୨୫ ଟି ପରିବାର ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି । ଏହି ସବୁ ସ୍କିମରେ ଗରିବ ପରିବାରଙ୍କ ପାଇଁ ପ୍ରତିମାସରେ ୭୭୩୫୮.୪୧ ହଜାର କ୍ଵିଣ୍ଟାଲରୁ ଅଧିକ ଚାଉଳ ବଣ୍ଟନ କରୁଥିବା ସରକାରୀ ସୂତ୍ରରୁ ପ୍ରକାଶ। କିନ୍ତୁ ପ୍ରକୃତ ପକ୍ଷେ ଖାଉଟି କାର୍ଡଧାରୀ ଙ୍କୁ ମିଳୁଥିବା ଚାଉଳକୁ ଅଧିକାଂଶ ଉକ୍ତ ଚାଉଳ ଖାଉ ନାହାନ୍ତି । ସହରୀ କାର୍ଡଧାରୀଙ୍କ ମଧ୍ୟରୁ ପ୍ରାୟ ୪୦ % ଲୋକ ଚାଉଳ ନନେଇ ବ୍ୟବସାୟୀଙ୍କୁ ବିକ୍ରି କରିଦେଉ ଥିବା ବିଶେଷ ଅନୁସନ୍ଧାନ ର ଜଣା ଯାଏ । ଠିକ ସେହିପରି ଦାଦନ ପ୍ରବଣ ଧର୍ମଗଡ ବ୍ଲକ ର ବେହେରା ,ପର୍ଲା ଓ ଅନ୍ୟ ପଞ୍ଚାୟତ , ଜୟପାଟଣା , କଲମପୁର ,କୋକସରା , ଗୋଲାମୁଣ୍ଡା ,ଥୁଆମୁଲରାମପୁର ,ଲାଞିଗଡ ,ଭବାନୀପାଟଣା ,ନର୍ଲା ,କେସିଙ୍ଗା ଆଦି ବ୍ଲକ ର ବହୁ ଅଞ୍ଚଳରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିଯାଉଛନ୍ତି । କିଛି ଦାଦନ ପରିବାରର ସଦସ୍ୟ ନିଜ ଗ୍ରାମରେ ରହୁଥିବା ବେଳେ ଶହଶହ ପରିବାରର ସମସ୍ତ ସଦସ୍ୟ ବାହାର ରାଜ୍ୟର ଇଟାଭାଟିରେ ଖଟୁଛନ୍ତି । ସେଥିପାଇଁ ସେମାନେ ଦାଦନ ଖଟି ଗଲା ପୂର୍ବରୁ ସେମାନଙ୍କ ପଡିକାର୍ଡକୁ ଗାଁର ମହାଜନ ବା ନିଜ ସଂର୍ମ୍ପକିୟ ଙ୍କ ପାଖରେ ବନ୍ଧା ପକାଇ ଦେଇ ଯାଉଛନ୍ତି । ବାହାର ରାଜ୍ୟରେ ରହୁଥିବା ଜଣାପଡିଲେ ତାଙ୍କ କାର୍ଡ କଟିଯିବାର ଆଶଙ୍କା ରହିଥିବା କାରଣରୁ ଗାଁ ମହାଜନ ବା ସଂମ୍ପର୍କିୟ ଙ୍କ ପାଖରୁ କିଛି ଅର୍ଥ ନେଇ ରାସନକାର୍ଡ ଦେଇ ଯାଉଛନ୍ତି । ଏଭଳି ହଜାରହଜାର କାର୍ଡ ଗାଁର ମହାଜନ ବା ଦାଦନ ଯାଇଥିବା ଲୋକ ଙ୍କ ସଂମ୍ପର୍କିୟ ମାନଙ୍କ ପାଖରେ ପଡିରହିଛି ଓ ପ୍ରତିମାସ ପଞ୍ଚାୟତ କିମ୍ବା ସ୍ଵୟଂସହାୟିକାଦଳ ପାଖରୁ ଚାଉଳ ଉଠାଇ ରିସାଇଲିଂ କରାଯାଉଛି । ନିୟମ ରହିଛି ଖାଉଟିମାନେ ଟିପଚିହ୍ନ ଦେବା ସହିତ ଆଖି ସ୍କାନ କରାଇ ଚାଉଳ ଉଠାଇବେ । କିନ୍ତୁ ଏହି ଜିଲ୍ଲାରେ ଏହି ସବୁ ବ୍ୟବସ୍ଥାକୁ ଫୁ କରିଦିଆଯାଇଛି । ଯେଉଁ ଖାଉଟି ପ୍ରକୃତରେ ରହୁଛନ୍ତି ସେମାନଙ୍କର ଟିପଚିହ୍ନ ନେଇ ଚାଉଳ ଉଠୁଥିବା ବେଳେ ବାକି ଯେଉଁମାନେ ରହୁନାହାଁନ୍ତି ସେମାନଙ୍କ ଚାଉଳଙ୍କୁ ଚଞ୍ଚକତା କରି ଉଠାଯାଉଛି । ସେହି ଚାଉଳ ସବୁ ଖୁଚୁରା ବ୍ୟବସାୟୀଙ୍କ ଜରିଆରେ ମିଲରେ ପହଞ୍ଚିଛି । ଏହି କାରବାରକୁ ବିଭିନ୍ନ ଅଞ୍ଚଳରେ ଥିବା ଚାଉଳ ଚୋରା ବ୍ୟବସାୟୀ ପରିଚାଳନା କରୁଛନ୍ତି । ପ୍ରଶାସନ ଆଖିରେ ଧୂଳିଦେଇ ସେମାନେ କୌଶଳ କରି ସେହି ଚାଉଳକୁ ସାଧାରଣ ବଣ୍ଟନ ଚାଉଳ ନୁହେଁ ବୋଲି ଦାୟିତ୍ୱ ରେ ଅଧିକାରୀମାନଙ୍କୁ ଧରି ରିପୋର୍ଟ କରାଉଛନ୍ତି । ଏଭଳି ଘଟଣାରେ ସ୍ଥାନୀୟ ବ୍ଲକ ଓ ପଞ୍ଚାୟତ ପ୍ରଶାସନିକ କର୍ମଚାରୀ ମାନେ ମଧ୍ୟ ସାମିଲ ଥିବା ଅନୁସନ୍ଧାନ ରୁ ଜଣାଯାଏ । ଏକ ଆକଳନରୁ ଜଣାଯାଇଛି ଯେ , ଜିଲ୍ଲାକୁ ଆସୁଥିବା ମୋଟ ୭୭୩୫୮.୪୧ ହଜାର କିଣ୍ଟାଲରୁ ୩୦ ହଜାର ରୁ ଉର୍ଦ୍ଧ କ୍ୱିଣ୍ଟାଲ ପିଡିଏସ ଚାଉଳ ପ୍ରତିମାସରେ ରିସାଇକ୍ଲି ହେଉଛି । କରୋନା ସମୟରେ ଏହା ଆହୁରି ବଢିଯାଇଥିଲା । ତେବେ ରାଜ୍ୟ ସରକାର ଜାଣିଶୁଣି ଏହି ଚାଉଳକୁ ରିସାଇଲିଂ କରାଇବାର ସୁଯୋଗ ଦେଉଛନ୍ତି । ଜିଲ୍ଲାକୁ ପ୍ରତିମାସରେ ଆସୁଥିବା ସାଧାରଣ କୋଟାର ଚାଉଳରେ ଭିଟାମିନଯୁକ୍ତ ଚାଉଳ ( ଏଫଆରକେ ) ମିଶାଇ ଦେଉଛନ୍ତି । ଯଦି ବି କେଉଁଠି ଅଭିଯୋଗ ହେଲା କିମ୍ବା କିଏ ଧରାପଡିଲେ ତାହା ପିଡିଏସ ଚାଉଳ ନୁହେଁ ବୋଲି କହିବାକୁ ସୁଯୋଗ ଦିଆଯାଉଛି । ସବୁ ପିଡିଏସ ଚାଉଳରେ ଏଫଆରକେ ଚାଉଳ ମିଶାଇଲେ ବ୍ୟବସାୟୀଙ୍କୁ ଅସୁବିଧା ହିଁ ହେବ । କାହିଁକି ନା ସେମାନେ ଏହାକୁ ନନ ପିଡିଏସ ବା ଟ୍ରେଡର୍ସ ଚାଉଳ କହିପାରିବେ ନାହିଁ । ତେଣୁ ଏଥିପାଇଁ ରାଜ୍ୟସ୍ତରରେ ହିଁ ବ୍ୟବସ୍ଥା କରାଯାଉଛି । କଳାହାଣ୍ଡି ଜିଲ୍ଲାରେ ଦେଖାଯାଉଛି ଯେ , ଜିଲ୍ଲା ର ୧୩ ଟି ବ୍ଲକ ଓ ଗୋଟିଏ ପୌରପରିଷଦ ଏବଂ ୩ ଟି ଏନ ଏ ସି ରେ ଆବଶ୍ୟକ ଠାରୁ ବହୁ କମ ଯୋଗାଣ ନିରୀକ୍ଷକ ଅଛନ୍ତି । ଗୋଟିଏ ଗୋଟିଏ ଯୋଗାଣ ନିରୀକ୍ଷକ ଦୁଇ ତିନିଟି ବ୍ଲକ ଓ ପୌରପରିଷଦ ଦାୟିତ୍ୱ ରେ ରହିଥିବା ଯୋଗୁଁ ଠିକ ଭାବରେ ଏହି ଚାଉଳ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁଛି ନା ନାହିଁ ନିୟମିତ ତଦାରଖ କରିବା ସମ୍ଭବ ପର ହେଉନାହିଁ । କେବଳ ବ୍ଲକ କାର୍ଯ୍ୟାଳୟରେ ବସି କେବଳ ନେଟରେ ଯାଞ୍ଚ କରିଦେଇ ଚାଉଳ ଉଠିଲା ଓ ବଣ୍ଟନ ହେଲା କି ନାହିଁ ବୋଲି ପଚାରିଦେଇ ନିଜର କାର୍ଯ୍ୟ ସାରିଦେଉଛନ୍ତି । ଏପରିକି ପଞ୍ଚାୟତ ଓ ପୌରପରିଷଦ ରେ କାର୍ଯ୍ୟରତ ଅଧିକାରୀ ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ରୁ ତାହାର ସୁଯୋଗ ଏହି ଚାଉଳ ଚୋରା ବେପରୀ ମାନେ ନେଉଥିବା ଦେଖି ବାକୁ ମିଳୁଛି । ପ ଏହି ଦାଦନ ମାନଙ୍କ ପିଡିଏସ୍ ଚାଉଳ ଏ ସଂପର୍କରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ଙ୍କୁ ପଚାରିବା ରୁ ସେ ଏପରି ଅଭିଯୋଗ କୁ ଅସ୍ୱୀକାର କରିବା ସହିତ ବର୍ତ୍ତମାନ ଚାଉଳ ନେବା ସମୟରେ ଆଧାର କାର୍ଡ ଲିଙ୍କ ଦରକାର ହେଉଛି । ଅନ୍ୟ ବାହାର ଲୋକ ଚାଉଳ ଉଠାଇ ନେବା ସମ୍ଭବ ନୁହେଁ ହଁ ଯଦି ପରିବାର ମୂଖ୍ୟ ଦାଦନ ଖଟି ଯାଇଛନ୍ତି ଓ ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ର ଆଧାର ଲିଙ୍କ ଅଛି ତେବେ ସେ ଉକ୍ତ ଚାଉଳ ଉଠାଇ ପାରିବ ଓ ବାହାରେ ବିକ୍ରୀ କରିଦେଉଥିବ । ଯଦି ସେପରି କୌଣସି ଅଭିଯୋଗ ଆସିଲେ ତୁରନ୍ତ ଆମେ ତଦନ୍ତ କରିବୁ ବୋଲି କହିଥିଲେ । ଯଦି ଏହି ପିଡିଏସ୍ ଚାଉଳ ନେବା ପାଇଁ ସରକାର ଏତେ ସ୍ୱଛତା ଓ ଆଇନ କରିଛନ୍ତି ତେବେ ଜିଲ୍ଲା ବିଭିନ୍ନ ବ୍ଳକ ରେ ହଜାର ହଜାର ଗରିବ ଦିନ ମଜୁରିଆ ଯେଉଁ ମାନେ ରାଜ୍ୟ ବାହରକୁ ଦାଦନ ଖଟି ଯାଇଛନ୍ତି ।ସେମାନଙ୍କ ପାଇଁ ପ୍ରତି ମାସରେ ଆସୁଥିବା ଶହଶହ କ୍ବିଣ୍ଟାଲ ପିଡିଏସ୍ ଚାଉଳ ଯାଉଛି କୁଆଡେ ଓ ତାହା ଖାଉଛି କିଏ ନା ଉକ୍ତ ଚାଉଳ ସରକାରଙ୍କ ପାଖକୁ ଫେରିଆସୁଛି ତାହା ହିଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।ଏହା ଉପରେ ଯଦି ଉଚ୍ଚ ସ୍ଥରୀୟ ତଦନ୍ତ ହେବ ବହୁ ଲୁକାୟିତ ଘଟଣା ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ