Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ସ୍ତରୀୟ ଦୁଇ ଦିନିଆଁ ସୁରେନ୍ଦ୍ର ସାଏ ବ୍ୟାଡ଼ମିଣ୍ଟନ ପ୍ରିମିୟର ଲିଗ -୨୦୨୫ ଆୟୋଜିତ

ସମ୍ବଲପୁର :ଧନୁପାଲି, ଧମା ରୋଡ ସ୍ଥିତ ଗିରିଜା ନଗର ଠାରେ “ଶ୍ରୀ ବ୍ରଜ ଗୀରିରାଜ ସେବା ସଂସ୍ଥାନ ଟ୍ରଷ୍ଟ” ତଥା ୱେଷ୍ଟେର୍ଣ୍ଣ ଓଡିଶା ସ୍ପୋର୍ଟ୍ସ ଏକାଡେମୀ , ସମ୍ବଲପୁରର ମିଳିତ ପ୍ରୟାସ ରେ ପ୍ରଥମ କରି ପଶ୍ଚିମ ଓଡ଼ିଶା ସ୍ତରୀୟ ଦୁଇ ଦିନିଆଁ ସୁରେନ୍ଦ୍ର ସାଏ ବ୍ୟାଡ଼ମିଣ୍ଟନ ପ୍ରିମିୟର ଲିଗ -୨୦୨୫ ଆୟୋଜିତ ହୋଇ ଯାଇଛି।ସୌରଭ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବ ରେଏହି କାର୍ଯ୍ୟକ୍ରମ କୁ କମିଟିର ଅଧ୍ୟକ୍ଷ ଯୁବନେତା ଦେବାଶିଷ ପୁରୋହିତ ସଂଯୋଜନା କରିଥିଲେ। ସଭାରେ କମିଟି ର ସଭାପତି ଉତ୍ପଳ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପିର ବରିଷ୍ଠ ନାରୀ ନେତ୍ରୀ ସବିତା ନନ୍ଦ, ମୁଖ୍ୟ ବକ୍ତା ଭାବେ ଏସବିଆଇର ଧନୁପାଲି ବ୍ରାଞ୍ଚ ମ୍ୟାନେଜର ସୁବ୍ରତ ବାଗ, ସମ୍ମାନିତ ଅତିଥି ଭାବେ ବିଜେପି ର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ, ବିଜେପି ର ପ୍ରାନ୍ତୀୟ ମିଡ଼ିଆ ସଂଯୋଜକ ମାନସ ବକ୍ସି, ବିଜେପିର ବରିଷ୍ଠ ନେତା ଶ୍ରୀ ସୁଧୀର ରଞ୍ଜନ ବହିଦାର, ବିଜେପିର ଯୁବନେତା ସରୋଜ କୁମାର ସାହୁ ଯୋଗ ଦେଇଥିଲେ।
ସମସ୍ତ ଅତିଥିଙ୍କ ଗହଣରେ କମିଟିର ଅଧ୍ୟକ୍ଷ ଦେବାଶିଷ ପୁରୋହିତ, ସଂଯୋଜକ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଉତ୍ପଳ ଦାସ, ଉପସଭାପତି ଦୀପକ କୁମାର ମଲ୍ଲିକ, ସମ୍ପାଦକ କୃତିବାସ ଦ୍ବିବେଦୀ, କୋଷାଧ୍ୟକ୍ଷ ସୁରଜ କୁମାର ଗୁରୁ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ଵାରା ରିବନ୍ ଉଦ୍ଘାଟନ କରା ଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦ,ମୁଖ୍ୟ ବକ୍ତା ଶ୍ରୀ ବାଗଙ୍କ ସହିତ ସମସ୍ତ ସମ୍ମାନିତ ଅତିଥି ନିଜ ବକ୍ତବ୍ୟ ରଖି ଏଭଳି ପ୍ରତିଯୋଗିତା ଆୟୋଜନକୁ ପ୍ରତିଭା ବିକାଶର ଏକ ଭଲ ପ୍ରୟାସ ବୋଲି ଅଭିହିତ କରିଥିଲେ।ଶେଷରେ କମିଟି ର ଉପଦେଷ୍ଟା ସୁରେଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ବିଧିବଦ୍ଧ ଭାବେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ସମଗ୍ର ପଶ୍ଚିମ ଓଡ଼ିଶାରୁ ପାଖା ପାଖି ୫୦ ଟି ଦଳ ଯୋଗ ଦେଇଥିଲେ। ଆଗାମୀ କାଲି ସେମି ଫାଇନାଲ ଓ ଫାଇନାଲ ହେବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।