Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବାର ସହ ବୁଲିବାକୁ ଯାଇଥିବା ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ

କୋଣାର୍କ: ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ପରିବାର ସହ କିଛି ସୁଖଦ ଅନୁଭୂତି ନେବାକୁ କୋଣାର୍କ ଆସିଥିଲେ । ରାମଚଣ୍ଡିରେ ଥିବା ଇକୋ ରିଟ୍ରିଟରେ ପରିବାର ସହ ରାତ୍ରୀଯାପନ କରିଥିଲେ । ହେଲେ ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଏମ୍‌ଡି ଆଲାମ୍‌ ହୁସେନ । ସେ ଅଣ ଓଡ଼ିଆ ହୋଇଥିବା ବେଳେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରୁହନ୍ତି ।

ସେ ପରିବାର ଲୋକଙ୍କ ସହ ରାମଚଣ୍ଡି ଯାଇଥିଲେ । ସେଠାରେ ସେ ଇକୋ ରିଟ୍ରିଟରେ ରହିଥିଲେ । ରବିବାର ଅପରାହ୍ନରେ ହଠାତ ସେ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ