Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବାବୁଙ୍କ ଘରେ ଟଙ୍କାର ପାହାଡ଼, ଭିଜିଲାନ୍ସ ଅଧିକାରୀ ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ ଦେଖି ତଟାକା

ମାଲକାନଗିରି: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼ । ଘରୁ ମିଳିଲା ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଜବତ ହୋଇଛି ପ୍ରାୟ ଦେଢ କୋଟି ନଗଦ ଟଙ୍କା । ମାଲକାନଗିରି ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ଏହି ଟଙ୍କା ବାହାରିଛି । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ବି ଆବାକାବା ହୋଇଯାଇଛନ୍ତି ।

ଆଜି ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଜୟପୁର ଘର ସମେତ ୭ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଶାନ୍ତନୁଙ୍କ କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର ହାଡସିଂ ବୋର୍ଡ କଲୋନୀରେ ଥିବା ଘର ଓ ଭୀମଟାଙ୍ଗୀରେ ଥିବା ଘର, କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଘର ସମେତ ମାଲକାନଗିରିରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ । ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ