Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅସ୍ତରଙ୍ଗ,,ଓଡିଶା ରାଜ୍ୟ ସରକାର ଙ୍କ ନିପୁଣ ଓଡିଶା କାର୍ଯ୍ୟକ୍ରମ ଆଜି ଅସ୍ତରଙ୍ଗ ବ୍ଲକ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଙ୍କ ଆନୁକୂଲ୍ୟରେ ର ଆଜି ବ୍ଲକ ଶିକ୍ଷାବିଭାଗ ଏହାର ଆୟୋଜନ କରିଛି, ନିପୁଣ ଓଡିଶା ର ଲକ୍ଷ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା, ୨୦୨୬-୨୭ ସୁଦ୍ଧା ପ୍ରତ୍ୟେକ ପିଲା ତୁର୍ତ୍ତିୟ ଶ୍ରେଣୀ ସମାପ୍ତ ବେଳକୁ ପଢିବା, ଲେଖିବା, ଓ ସଂଖ୍ୟାଜ୍ଞାନ ର ଆବଶ୍ୟକ ଶିକ୍ଷଣ ଦକ୍ଷତା ହାସଲ କରିବେ, ପ୍ରାକ ବିଦ୍ୟାଳୟ ଓ ୧ମ ଶ୍ରେଣୀ ମଧ୍ୟ ର ଏକ ଦୃଢ ସମ୍ପର୍କ ସ୍ଥାପନ କରି ଆଗକୁ ପ୍ରସ୍ତୁତ ହେବା ସହ ଶିକ୍ଷା ପଦ୍ଧତି କୁ ସାମଗ୍ରିକ, ସମନିତଓ ଆକର୍ଷଣୀୟ କରିବେ, ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ କୌଣସି କଥା କୁ ଶୁଣି ବୁଝି ପ୍ରତିକ୍ରିୟାଶିଳ ହେବା ସହ ନିଜ ବିଚାରକୁ ପ୍ରକାଶ କରିବେ, ସଂଖ୍ୟାଜ୍ଞାନ ଦକ୍ଷତା ଭିତରେ ପିଲାଟି ଗାଣିତିକ ପ୍ରକ୍ରିୟା ବ୍ୟବହାର କରି ଦୈନିକ ଜୀବନ ରେ ଭାଷାଗତ ଭାବେ ତାହାର ସମାଧାନ କରିବେ, ଏହା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ପଞ୍ଚସୂତ୍ର ଧାର୍ଯ୍ୟ କରାଯାଇଛି, ଏଥିରେ ପିଲା ଙ୍କ ପରିବାର, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଗୋଷ୍ଠୀ ସଦସ୍ୟ, ଶିକ୍ଷା ବିଭାଗ, ପଞ୍ଚାୟତ, ଗଣମାଧ୍ୟମ, ବେସରକାରୀ ସଂସ୍ଥା ର ଅଧିକାରୀ ଓ ପ୍ରତିନିଧି ମାନଙ୍କୁ ପ୍ରମୁଖ ଅଂଶୀଦାର ରୂପେ ରଖାଯାଇଛି l ପ୍ରତ୍ୟେକ ଅଂଶୀଦାର ଙ୍କ ନିମନ୍ତେ ସ୍ୱତନ୍ତ୍ର ଭୂମିକା ପ୍ରସ୍ତୁତ କରାଯାଇଛି, ବିଶେଷ କରି ଶିକ୍ଷା ଅଧିକାରୀ ଓ. ସେ. ପା, ଏସ. ସି. ଇ. ଆର. ଟି ସୂଚନା ଓ ଅନ୍ୟବିଭାଗ ସହ ସମନୟ ରଖି ଯୋଜନା ପ୍ରସ୍ତୁତ କରିବା ସହ ଜିଲ୍ଲାସ୍ତରରେ ଡି. ଇ. ଓ /ଡି. ପି. ସି, ବ୍ଲକ ସ୍ତରରେ ବି. ଇ. ଓ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବେ, ପ୍ରତ୍ୟେକ ୬ମାସ ରେ ଅଭିଭାବକମାନଙ୍କ ସହ ପିଲା ର ବିକାଶ ସମ୍ବଧୀୟ ତଥ୍ୟ ଆଲୋଚନା କରିବେ, ପଞ୍ଚାୟତ ସ୍ତରୀୟ ଆଲୋଚନା, ମାତୃ ସମ୍ମିଳନୀ, ନାଟକ, ସଚେତନତା କାର୍ଯ୍ୟକ୍ରମ ମାଧ୍ୟମ ରେ ଦକ୍ଷତା ବୃଦ୍ଧି କରିବା ଏହି ମିଶନ ର କାର୍ଯ୍ୟାବଳୀ ପାଳନ କରିବାସହ ନିପୁଣ ଓଡିଶା ମିଶନ ର ପ୍ରଚାର ପ୍ରସାର କରିବା ସରକାର ଙ୍କ ମୂଳ ଲକ୍ଷ ରହିଛି, ଆଜି ର ଅବ୍ଲକସ୍ତରଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ରେ ୧୩ ଟି କ୍ଲଷ୍ଟର ରୁ ସିଆରସିସି, ଅସ୍ତରଙ୍ଗ ନୋଡାଲ କ୍ଲଷ୍ଟର ର ସମସ୍ତ ସିଆରସିସି ଙ୍କ ସମେତ ପ୍ରତ୍ୟେକ ବିଦ୍ୟାଳୟ ରୁ ୧୦ଜଣ ଲେଖାଏ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଛନ୍ତି,ଏହା ସହ ଆଜି ପୁରୀ ଜିଲ୍ଲା ରୁ ଗଙ୍ଗାଧର ନାୟକ ମୁଖ୍ୟ ଅଧିନାୟକ ଓ ଅସ୍ତରଙ୍ଗ ବ୍ଲକ ଶିକ୍ଷା ବିଭାଗ ରୁ ଖଗନ କୁମାର ବେହେରା ଯୁଗ୍ମ ସମୀକ୍ଷକ ଭାବେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ