Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ଭାଇ ବନ୍ଧୁକ ଗୁଳିରେ ସାନଭାଇର ମୃତ୍ୟୁ

କଳାହାଣ୍ଡି, ୦୮/୦୨-ଖାଇପିଇ ଘରେ ଶୋଇଥିବାବେଳେ ଏକ ଦେଶୀ ବନ୍ଧୁକରୁ ଗୁଳି ମାରି ସାନଭାଇର ଜୀବନ ନେଇଛି ନୃଶଂସ ବଡ଼ଭାଇ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ବିଶ୍ୱନାଥପୁର ଥାନା ବେଡାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ। ଏହି ଗାଁର ସାନଭାଇ ପୂର୍ଣ୍ଣ ମାଝୀ(୩୫)ଙ୍କୁ ତାଙ୍କର ନିଜ ବଡ଼ଭାଇ କୃଷ୍ଣ ମାଝୀ ଏକ ଦେଶୀ ବନ୍ଧୁକରୁ ପଏଣ୍ଟ ବ୍ଲାଙ୍କରେ ଗୁଳି ଚଳାଇ ହତ୍ୟା କରିଛି। ସୂଚନାନୁସାରେ, ବର୍ଷକ ପୂର୍ବରୁ କୃଷ୍ଣ ଓ ପୂର୍ଣ୍ଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବଡ଼ଭାଇ କୃଷ୍ଣକୁ ମୃତକ ପୂର୍ଣ୍ଣ ଚାପୁଡ଼ାଟିଏ ଦେଇଥିଲା। ତେବେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲେ ହେଁ ମନରେ ରାଗ ରଖିଥିଲା କୃଷ୍ଣ। ଦୀର୍ଘ ଦିନରୁ ସୁଯୋଗ ଖୋଜୁଥିବା କୃଷ୍ଣ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ପୂର୍ଣ୍ଣ ଖାଇପିଇ ଶୋଇଥିବାବେଳେ ଘର ଭିତରକୁ ପଶି ଏକ ଦେଶୀ ବନ୍ଧୁକକୁ ସିଧା ରଖି ଗୁଳି ଚଳାଇ ଦେବାରୁ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ଏସଆଇ ବୁଦ୍ଧିରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ