Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ୬୬୨ ମହାବିଦ୍ୟାଳୟ ସଂଘର ଆନ୍ଦୋଳନ ପ୍ରସ୍ତୁତି

ସମ୍ବଲପୁର ତା ୧୧/୦୨,ରାଜ୍ୟ ସଂଘର ଡାକରାରେ ସମ୍ବଲପୁର ଜିଲ୍ଲା ୬୬୨ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ଆସନ୍ତା ୧୪ ତାରିଖ ଦିନ କାର୍ଯ୍ୟ ବନ୍ଦ କରି ଭୂବନେଶ୍ୱର ଲୋୟର ପିଏମଜିଠାରେ ହେବାକୁ ଥିବା ମହାସମାବେଶରେ ଯୋଗଦାନ ପୂର୍ବକ ଆନ୍ଦୋଳନରେ ସାମିଲ ହବାକୁ ନିଷ୍ପତ୍ତି ନେଇଛନ୍ତି।
ଗତକାଲି ରାତିରେ ସଂଘର ସମ୍ବଲପୁର ଜିଲ୍ଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଭାସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ରାଜ୍ୟ ସଭାପତି ଗୋଲକ ନାଏକ ଓ ରାଜ୍ଯ ସମ୍ପାଦକ ସତ।ପୁଦ୍ଦିନ ଅହମଦ ଏବଂ ଗଗନ ବେଉରା ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଦୀର୍ଘ ତିରିଶ ବର୍ଷରୁ ଊର୍ଦ୍ଧ୍ୱ କାଳ ବିନା ଚାକିରି ସର୍ତ୍ତରେ ରାଜ୍ୟର ସତୁରୀ ଭାଗ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ତ୍ୱ ତୁଲାଇବା ସହ ସରକାରଙ୍କୁ ସହଯୋଗ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଚାକିରି ସର୍ତ୍ତାବଳୀ ସହ ପେନସନ, ପ୍ରମୋସନ ଆଦି ଦାବି ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଦୁର୍ଭାଗ୍ୟର ବିଷୟ। ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତିକରଣର ଦ୍ୱାହି ଦେଉଥିବା ଏହି ସରକାରଙ୍କ ପୁନର୍ବାର ଦୃଷ୍ଟି ଆକର୍ଷଣ ସକାଶେ ସମଗ୍ର ରାଜ୍ୟର ୬୬୨ ମହାବିଦ୍ୟାଳୟ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଆୟୋଜିତ ହେଉଛି। ପୁନଶ୍ଚ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପର କିମ୍ବା ପ୍ରତିଶୃତି ନଆସିଲେ ଆଗାମୀ ଦିନରେ ପରୀକ୍ଷା ବର୍ଜନ,ମୂଲ୍ୟାଙ୍କନ ବର୍ଜନ ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ବୈଠକରେ ପ୍ରସ୍ତାବ ନିଆଯାଇଛି। ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲାର ଛବିଶ ଟି ମହାବିଦ୍ୟାଳୟରୁ ତିନିଶିହ ଜଣ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସମୁହ ଛୁଟି ନେଇ ଆନ୍ଦୋଳନରେ ଯୋଗଦେବାକୁ ଯାଉଛନ୍ତି ବୋଲି ସଭାପତି ଶ୍ରୀ ପୁରୋହିତ ଓ ଜିଲ୍ଲା ଆବାହକ ବିଶ୍ୱପତି ବେହେରା ପ୍ରକାଶ କରିଛନ୍ତି। ଆଲୋଚନାରେ ଦେବେନ୍ଦ୍ର ମିଶ୍ର,ସୁଧୀର କୁମାର ସାହୁ,ମମତା ବିଶ୍ୱାଳ, ନାରାୟଣ ପ୍ରଧାନ,ରାଜେଶ ଦାଶ, କୃଷ୍ଣଚନ୍ଦ୍ର ପୂଜାରୀ,ସରୋଜ ଦଦାଶ ଅରୁଣ କୁମାର ପଟେଲ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀ ଯୋଗ ଦେଇଥିଲେ।