Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସିକ ବିକୃତ ବ୍ୟକ୍ତି ନିଖୋଜ

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ଜଣେ ମାନସିକ ବିକୃତ ବ୍ୟକ୍ତି ଚାରି ଦିନ ହେବା ନିଖୋଜ ହୋଇଯାଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ସିଂହମର୍ଦ୍ଦନ ଗ୍ରାମର ସ୍ଵର୍ଗତ ବାଞ୍ଛା ସ୍ଵାଇଁଙ୍କ ପୁଅ ସୂର୍ଯ୍ୟ ସ୍ୱାଇଁ (46) ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ସେ ଗତ ଏକ ତାରିଖ ଦିନ ସକାଳ ଛଅ ଘଣ୍ଟା ସମୟରେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ । ଘରେ ସୂର୍ଯ୍ୟଙ୍କ ସ୍ତ୍ରୀ ବନିତା ସ୍ୱାଇଁ (40) ସୂର୍ଯ୍ୟଙ୍କର ଫେରିବା ବାଟକୁ ରାତି ସାତ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସୂର୍ଯ୍ୟ ଘରକୁ ଫେରିନଥିଲେ। ଫଳରେ ବନିତା ବ୍ୟସ୍ତ ହୋଇ ରାତିରେ ସୂର୍ଯ୍ୟଙ୍କୁ ସିଂହମର୍ଦ୍ଦନରେ ଖୋଜାଖୋଜି କରିବା ସହିତ ପରଦିନ ଆଖପାଖ ଗାଆଁ ଏବଂ ବନ୍ଧୁବାନ୍ଧବଙ୍କ ଘର ଖୋଜି ପାଇନଥିଲେ। ଖୋଜାଖୋଜି କରି ସବୁ ଆଡ଼ୁ ନିରାଶ ହେବା ପରେ ବନିତା ଗାଙ୍ଗପୁର ଥାନାରେ ନିଜ ସ୍ୱାମୀ ସୂର୍ଯ୍ୟଙ୍କ ନିଖୋଜ ହେବା ସମ୍ପର୍କରେ ଏତାଲା ଦାୟର କରିଥିବା ଜଣାପଡିଛି । ବନିତାଙ୍କ ସୂଚନା ପ୍ରକାରେ ସୂର୍ଯ୍ୟ ଘରୁ ବାହାରକୁ ଯିବାବେଳେ ଏକ ନାଲି ରଙ୍ଗର ଚେକ୍ ଲୁଙ୍ଗି ପିନ୍ଧିଥିବା ବେଳେ କାନ୍ଧରେ ଏକ ଆକାଶୀ ରଙ୍ଗର ଗାମୁଛା ପକାଇଥିଲେ । ସୂର୍ଯ୍ୟଙ୍କର ରଙ୍ଗ ଶ୍ୟାମଳ ବର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚତା ପାଞ୍ଚ ଫୁଟ । କୌଣସି ସହୃଦୟ ବ୍ୟକ୍ତି ସୂର୍ଯ୍ୟଙ୍କ ଠିକଣା ପାଇଲେ 7894113594 ମୋବାଇଲ୍ ନମ୍ବର୍ ରେ ଯୋଗାଯୋଗ କରିବା ପାଇଁ ସୂର୍ଯ୍ୟଙ୍କ ସ୍ତ୍ରୀ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ