Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅନୁଗୁଳରେ ନାବାଳକକୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼।ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ ଘଟିଛି ଏହି ଅଘଟଣ। ନାବାଳକଙ୍କ ଜଂଘରେ ଗୁଳି ବାଜି ଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ଅନୁଗୁଳ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଯାହାପରେ ଏଭଳି ଅଘଟଣ ଘଟିଥିବା ନେଇ ଅଭିଯୋଗ ହେଇଛି। ଗୁଳିମାଡର କାରଣ ଜଣାପଡିନଥିବା ବେଳେ ନିଶା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ ଗୁଳିମାଡ଼ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

More Stories