Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା

ନୂଆଦିଲ୍ଲୀ: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟକୁ ନେଇ ବିବାଦ ବଢିବା ପରେ  ଶୋ’ର ଆୟୋଜକ ସମୟ ରାଇନା ସମସ୍ତ ଏପିସୋଡକୁ ଡିଲିଟ୍ କରିଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଏସବୁକୁ ସମ୍ଭାଳିବା ମୋ ପାଇଁ କଷ୍ଟକର ହୋଇପଡ଼ଥିଲା। ଏହି ସମ୍ପୂର୍ଣ୍ଣ ମାମଲାରେ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବେ। ମୁଁ ମୋ ଚ୍ୟାନେଲରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ର ସମସ୍ତ ଭିଡିଓ ହଟାଇ ଦେଇଛି। ଲୋକଙ୍କୁ ହସାଇବା ମୋର ଏକମାତ୍ର ଲକ୍ଷ୍ୟ ଥିଲା। ପୋଲିସ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ବିବାଦରେ ଏପର୍ଯ୍ୟନ୍ତ ୬ ଜଣଙ୍କ ବୟାନ ରେକର୍ଡ କରିସାରିଛି। ତେବେ ସମୟ ରାଇନା ଦେଶ ବାହାରେ ଥିବାରୁ ପୋଲିସ ତାଙ୍କ ବୟାନ ରେକର୍ଡ କରିପାରିନଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ