Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନସ୍ଥଳୀ ସହ ଯୋଡି ହେଲା ଆଉ ୨୦ଟି ନୂଆ ସ୍ଥାନ। ଏଥିରେ କେନ୍ଦୁଝର ଜିଲ୍ଲାର ସର୍ବାଧିକ ୭ଟି ସ୍ଥାନ ରହିଛି। ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍‌। ସେହିପରି ଏହା ମଧ୍ୟରେ ଭଟଲିର ଦଧିବାମନ ମନ୍ଦିର, ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ ବରଗଡ଼ ବ୍ଲକର ବୈଷ୍ଣୋଦେବୀ ମନ୍ଦିର ରହିଛି। ତେବେ ଏନେଇ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ସମର୍ଥ ବର୍ମା ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ