Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦି-ଟ୍ରମ୍ପ ଭେଟଘାଟ, ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି-ଟ୍ରମ୍ପ ଭେଟଘାଟ। ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୁଇ ରାଷ୍ଟ୍ର ନେତା ପରସ୍ପରକୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ପ୍ରଯୁକ୍ତିବିଦ୍ୟା, ବ୍ୟାପାର, ପ୍ରତିରକ୍ଷା, ନିରାପତ୍ତା, ଶକ୍ତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗିତା ବୃଦ୍ଧି ଉପରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରୁ ଫେରି ଭାରତୀୟ ସମୟ ଅନୁସାରେ ଆଜି ଭୋରରେ ୱାସିଂଟନ ଡିସିରେ ଅବତରଣ କରିଥିଲେ । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଚଳିତ ଥର ଡୋନଲ୍ଡ ଟ୍ରମ୍ପ ଆମେରିକାର କ୍ଷମତା ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟଘାଟ ହେବ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ