Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପକୁ ବେକରେ ଗୁଡ଼ାଇ ନିଶାଶକ୍ତ ଯୁବକଙ୍କ ଆତଙ୍କ

ପୁରୀ: ପୁରୀ ଜିଲ୍ଲା କଣାସ ଦୟା ବିହାର ଅଞ୍ଚଳରେ ନିଶାସକ୍ତ ଯୁବକଙ୍କ ଆତଙ୍କ । ବିଷଧର ସାପକୁ ବେଗରେ ଗୁଡ଼ାଇ ଆତଙ୍କ ମଚାଇଥିଲେ । ଏପରିକି ସାପଟି ତାଙ୍କୁ ଚୋଟ ମାରୁଥିବା ବି ଦେଖିବାକୁ ମିଳିଥିଲା ।

ଦୟା ବିହାର ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ଯୁବକଟି ସାପକୁ ବେକରେ ପକାଇଛନ୍ତି । ଆଉ ସାପଟି ହାତକୁ କାମୁଡି ଧରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରଗ୍ସ ଖାଇବା ଯୋଗୁଁ ଯୁବକଙ୍କ ଶରୀରରେ ସାପ ବିଷ କାମ କରୁନି । ଯୁବକ ଜଣଙ୍କ ୨୪ ଘଣ୍ଟା ନିଶାରେ ବୁଡି ରୁହନ୍ତି । ନିଶା ଖାଇ ଗାଁ ଗହଳିରେ ଉନ୍ମତ କାଣ୍ଡ ଘଟାନ୍ତି ।

କିଛି ଦିନ ପୂର୍ବରୁ ବାପାମାଆ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ହେଲେ ପୁଅ ଭଲ ହୋଇଯାଇଛି ଭାବି ପୁଣି ଗାଁକୁ ଆଣିଥିଲେ । ଆଜି କିନ୍ତୁ ସବୁ ସୀମା ଟପିଯାଇଛି । ଗାଁରେ ଏଭଳି ଆତଙ୍କ ପରେ ଯୁବକଙ୍କୁ ପରିବାର ଲୋକେ ପୁଣି ନିଶା ନିବାରଣ କେନ୍ଦ୍ରରେ ଛାଡି ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ