Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାରୁତି ସୁଜୁକିର ଏହି କାର ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ମାରୁତି ସୁଜୁକିର ଏହି କାର ମୂଲ୍ୟରେ ବୃଦ୍ଧି। ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଚଳିତ ବର୍ଷ ନିଜ କାରର ମୂଲ୍ୟ ବୃଦ୍ଧି କରିଛି। ଏହାର ଲୋକପ୍ରିୟ ୭ ସିଟର ଏର୍ଟିଗାର ମୂଲ୍ୟ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡିଛି। ତେବେ କମ୍ପାନୀର ଏହି କାରକୁ ପେଟ୍ରୋଲ ଏବଂ ସିଏନଜିରେ କିଣାଯାଇ ପାରିବ। ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ଅଛି ଯାହା ୧୦୨ ବିଏଚପି ଏବଂ ୧୩୬.୮ଏନଏମ ଟର୍କ ଉତ୍ପାଦନ କରୁଥିବା ବେଳେ ସିଏନଜି ମୋଡରେ ୨୬ କିମି. ପର୍ଯ୍ୟନ୍ତ ମାଇଲେଜ୍ ପ୍ରଦାନ କରିଥାଏ। ସେହିପରି ପେଟ୍ରୋଲ ମୋଡରେ ଲିଟର ପିଛା ୨୦.୫୧ କିମି. ମାଇଲେଜ୍ ଦେଇଥାଏ। ଅପରପକ୍ଷରେ ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୮.୬୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ